ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କର୍ଣ୍ଣାଟକ ଡିଏସପିଙ୍କ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭାଇରାଲ ଭିଡିଓରେ ଡିଏସପିଙ୍କୁ ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳୁଛି। ଭିଡିଓ ଭାଇରାଲ ହେବା ପରେ ଡିଏସପିଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ଅଧିକପଢ଼ନ୍ତୁ:ଆଫଗାନିସ୍ତାନରେ ଗୃହଯୁଦ୍ଧ ପାଇଁ ପାକିସ୍ତାନ ସେନାର ଷଡ଼ଯନ୍ତ୍ର

Advertisment

ଗିରଫ ପୁଲିସ ଅଧିକାରୀଙ୍କ ନାମ ରାମଚନ୍ଦ୍ରପ୍ପା ବୟସ ୫୮ବର୍ଷ । ରାମଚନ୍ଦ୍ରପ୍ପା ମଧୁଗିରିରେ ଡିଏସପି ଭାବରେ କାର୍ଯ୍ୟରତ। ସାମ୍ନାକୁ ଆସିଥିବା ଭିଡିଓରେ ଡିଏସପି ମହିଳାଙ୍କୁ ଅସଦାଚରଣ କରୁଥିବା ଦେଖିବାକୁ ମିଳୁଛି। 

ପୁଲିସ ସୂଚନାନୁସାରେ, ଗତଗୁରୁବାର ଦିନ ମହିଳା ଜଣକ ତୁମକୁରୁସ୍ଥିତ ରାମଚନ୍ଦ୍ରପ୍ପାଙ୍କ କାର୍ଯ୍ୟାଳୟକୁ ଯାଇ ଜମି ବିବାଦ ସମ୍ପର୍କରେ ଅଭିଯୋଗ କରିଥିଲେ। ଏହି ସମୟରେ ଡିଏସପି ମହିଳା ଜଣଙ୍କୁ ତାଙ୍କ କୋଠରିକୁ ନେଇ ଅସଦାଚରଣ କରିବା ସହିତ  ଅନୁପଯୁକ୍ତ ଭାବେ ସ୍ପର୍ଶ କରିଥିଲେ।

ଅଧିକପଢ଼ନ୍ତୁ:ସଡ଼କ ଦୁର୍ଘଟଣାରେ ଦୁଇ ବିଜେପି ନେତାଙ୍କ ପ୍ରାଣହାନି, ଥାନାରେ ହତ୍ୟା ଅଭିଯୋଗ

ଯେତେବେଳେ ଡିଏସପି ମହିଳାଙ୍କ ସହ ଆପତ୍ତିଜନକ କାର୍ଯ୍ୟ କରୁଥିଲେ, ସେହି ସମୟରେ କେହି ଜଣେ ତାଙ୍କର କାର୍ଯ୍ୟକଳାପର ଏକ ଭିଡିଓ ରେକର୍ଡ କରି ଦେଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ବିଭାଗରେ ଆଲୋଡ଼ନ ଦେଖାଦେଇଛି। ବିଭାଗ ଦ୍ୱାରା ଡିଏସପିଙ୍କୁ ନିଲମ୍ବିତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି।