EC-Backed Karnataka Report: ଲୋକେ କହିଲେ ଆମେ ବିଶ୍ବାସ କରୁଛୁ; EVM ଉପ‌ରେ ପ୍ରଶ୍ନ ଉଠାଇଥିବା ରାହୁଲଙ୍କୁ ମିଳିଲା କଡ଼ା ଜବାବ

Advertisment

ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ଉପରେ ଦୃଢ଼ ବିଶ୍ୱାସ ପ୍ରକାଶ କଲେ ଜନସାଧାରଣ। ୨୦୨୪ରେ ହୋଇଥିବା ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକର କଂଗ୍ରେସ ସରକାର ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।

ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ଉପରେ ଦୃଢ଼ ବିଶ୍ୱାସ ପ୍ରକାଶ କଲେ ଜନସାଧାରଣ। ୨୦୨୪ରେ ହୋଇଥିବା ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକର କଂଗ୍ରେସ ସରକାର ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।

EVMS

Public Trust EVMS Photograph: (sambad.in)

ବେଙ୍ଗାଲୁରୁ: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ଉପରେ ଦୃଢ଼ ବିଶ୍ୱାସ ପ୍ରକାଶ କଲେ ଜନସାଧାରଣ।୨୦୨୪ରେ ହୋଇଥିବା ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକର କଂଗ୍ରେସ ସରକାର ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ସର୍ଭେ ଫଳାଫଳ ରାହୁଲ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇଛି। ଭାରତୀୟ ଜନତା ପାର୍ଟି (BJP) ଉପରେ ଭୋଟତ ଚୋରି କରୁଥିବାର ଅଭିଯୋଗ କରିଆସୁଥିଲେ ରାହୁଲ। ଇଭିଏମରେ ହେରଫେର କରି ବିଜେପି କ୍ଷମତାକୁ ଆସୁଥିବା ଦାବି କରିଥିଲେ କଂଗ୍ରେସ ନେତା। ଏବେ ଲୋକେ EVM ଉପରେ ଭରସା କରୁଛନ୍ତି କି ନାହିଁ ସେନେଇ ସର୍ଭେ କରାଯାଇଛି।

ବିଶ୍ବାସ କରୁଥିବା କହିଲେ ଲୋକେ

ଏହି ସର୍ଭେରେ, ୮୩.୬୧% ଲୋକ କହିଛନ୍ତି ଯେ, ସେମାନେ EVMକୁ ନିର୍ଭରଯୋଗ୍ୟ ବୋଲି ଭାବନ୍ତି। ଏହା ସହ ୬୯.୩୯% ଲୋକ ସହମତ ହୋଇଛନ୍ତି ଯେ, EVM ମେସିନଗୁଡ଼ିକ ସଠିକ ନିର୍ବାଚନ ଫଳାଫଳ ପ୍ରଦାନ କରେ। ବାକି ୧୪.୨୨% ଲୋକ EVM କୁ ବିଶ୍ୱାସ କରୁଥିବା କହିଛନ୍ତି। 

୧୦୨ଟି ବିଧାନସଭା ନିର୍ବାଚନମଣ୍ଡଳୀରେ କରାଯାଇଥିଲା ସର୍ଭେ 

ଏହି ସର୍ଭେରେ ବେଙ୍ଗାଲୁରୁ, ବେଲଗାବି, କଲବୁର୍ଗୀ ଏବଂ ମହୀସୁରୁ ପ୍ରଶାସନିକ ବିଭାଗର ୧୦୨ବିଧାନସଭା ନିର୍ବାଚନମଣ୍ଡଳୀର ୫,୧୦୦ ଜଣ ଲୋକ ନିଜ ମତ ରଖିଥିଲେ। କର୍ଣ୍ଣାଟକର କଂଗ୍ରେସ ସରକାର ମୁଖ୍ୟ ନିର୍ବାଚନ ଅଧିକାରୀ ଭି. ଅମ୍ବୁକୁମାରଙ୍କ ମାଧ୍ୟମରେ ଏହି ସର୍ଭେ କରିଥିଲେ। 

ସର୍ଭେ ଫଳାଫଳ କଂଗ୍ରେସ ପାଇଁ ଏକ ଚାପୁଡ଼ା: ବିଜେପି

ଏହି ସର୍ଭେର ଫଳାଫଳ ଉପରେ ପ୍ରତିକ୍ରିୟା ଦେଇ କର୍ଣ୍ଣାଟକ ବିଧାନସଭାର ବିରୋଧୀ ଦଳ ନେତା ଆର. ଅଶୋକ Xରେ ପୋଷ୍ଟ କରିଛନ୍ତି ଯେ, "ବର୍ଷ ବର୍ଷ ଧରି, ରାହୁଲ ଗାନ୍ଧୀ ସାରା ଦେଶରେ ଭ୍ରମଣ କରି ସମାନ କାହାଣୀ କହୁଛନ୍ତି; ଭାରତର ଗଣତନ୍ତ୍ର ବିପଦରେ ଅଛି, EVM ଉପରେ ବିଶ୍ୱାସ କରାଯାଇପାରିବ ନାହିଁ, ଏବଂ ଆମର ସଂସ୍ଥାଗୁଡ଼ିକ ବିଶ୍ୱସନୀୟ ନୁହେଁ। କିନ୍ତୁ କର୍ଣ୍ଣାଟକ ଏକ ସମ୍ପୂର୍ଣ୍ଣ ଭିନ୍ନ କାହାଣୀ କହୁଛି। କର୍ଣ୍ଣାଟକରେ କଂଗ୍ରେସ ସରକାର ଦ୍ୱାରା କରାଯାଇଥିବା ରାଜ୍ୟସ୍ତରୀୟ ସର୍ଭେ ଦର୍ଶାଉଛି ଯେ, ଲୋକମାନେ ନିର୍ବାଚନ ଉପରେ ବିଶ୍ୱାସ କରନ୍ତି, EVM ଉପରେ ବିଶ୍ୱାସ କରନ୍ତି ଏବଂ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ବିଶ୍ୱାସ କରନ୍ତି। ଏହି ରିପୋର୍ଟ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ମୁହଁରେ ଏକ ଚାପୁଡ଼ା।"

ଆହୁରି ପଢ଼ନ୍ତୁ:Shah Rukh Faces Massive Backlash: ବାଂଲାଦେଶୀ କ୍ରିକେଟର କିଣି ବିବାଦରେ କେ‌କେଆର ମାଲିକ ଶାହରୁଖ ଖାନ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe