ଅପମାନିତ କରି ଫେରାଇ ଦେଇଥିବା କାର୍‌ ସୋ’ରୁମ୍‌ ସେଲ୍‌ସ୍‌ମ୍ୟାନ୍‌ଙ୍କୁ ଟଙ୍କା ଦେଇ ଅପମାନିତ କଲେ କର୍ଣ୍ଣାଟକ କୃଷକ

Advertisment
ଅପମାନିତ କରି ଫେରାଇ ଦେଇଥିବା କାର୍‌ ସୋ’ରୁମ୍‌ ସେଲ୍‌ସ୍‌ମ୍ୟାନ୍‌ଙ୍କୁ ଟଙ୍କା ଦେଇ ଅପମାନିତ କଲେ କର୍ଣ୍ଣାଟକ କୃଷକ

Image Courtesy of NDTV

ବେଙ୍ଗାଲୁରୁ: ବୋଲେରୋ ପିକ୍‌-ଅପ୍‌ ଟ୍ରକ୍‌ ଖରିଦ କରିବାକୁ ସୋ’ରୁମ୍‌କୁ ଯାଇଥିବା କର୍ଣ୍ଣାଟକର ଜଣେ କୃଷକଙ୍କୁ ଅପମାନିତ କରି ଫେରାଇ ଦେଇଥିବା ସେଲ୍‌ସ୍‌ମ୍ୟାନ୍‌ଙ୍କୁ ସେ କୃଷକଜଣକ ଟଙ୍କା ଦେଇ ଅପମାନିତ କରିଛନ୍ତି। ଏହି ଘଟଣାର କିଛି ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ସହ ଆନନ୍ଦ ମହିନ୍ଦ୍ରାଙ୍କ ଟୁଇଟର୍‌ରେ ଚିହ୍ନିତ (ଫ୍ଲାଗ୍‌ଡ୍‌) କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ କର୍ଣ୍ଣାଟକର ତୁମକୁରୁସ୍ଥିତ ମହିନ୍ଦ୍ରା ସୋ’ରୁମ୍‌ରେ ଘଟଣାଟି ଘଟିଥିଲା। କୃଷକ କେମ୍ପେଗୌଡ଼ା ଓ ତାଙ୍କ ବନ୍ଧୁମାନେ ଅଭିଯୋଗ କରୁଛନ୍ତି ଯେ, ତାଙ୍କ ବେଶଭୂଷା ଦେଖି ସେଲ୍‌ସ୍‌ମ୍ୟାନ୍‌ଙ୍କର ଧାରଣା ‌ହୋଇଥିଲା ଯେ, ବୋଲେରୋ ପିକ୍‌-ଅପ୍‌ ଭ୍ୟାନ୍‌ କିଣିବାକୁ ତାଙ୍କର ସାମର୍ଥ୍ୟ ନାହିଁ।

ସେଲ୍‌ସ୍‌ମ୍ୟାନ୍‌ କହିଲେ, ଗାଡ଼ିର ଦାମ୍‌ ୧୦ ଲକ୍ଷ ଟଙ୍କା। ତୋ ପକେଟ୍‌ରେ ବୋଧେ ୧୦ ଟଙ୍କା ବି ନ ଥିବ। ଏଥିରେ ଅପମାନ ବୋଧକରି ଯୁକ୍ତିତର୍କ କରିବା ସହ କେମ୍ପେଗୌଡ଼ା ସେଲ୍‌ସ୍‌ମ୍ୟାନ୍‌ଙ୍କୁ କହିଥିଲେ, ଯଦି ମୁଁ ଘଣ୍ଟାଏ ଭିତରେ ଟଙ୍କା ନେଇ ପହଞ୍ଚେ, ତୁମେ ଦିନକ ଭିତରେ ଗାଡ଼ି ଡେଲିଭରି କରି ପାରିବ?

publive-image Image Courtesy of India Mart

ସତକୁ ସତ ନଗଦ ଟଙ୍କା ଧରି କେମ୍ପେଗୌଡ଼ା ସୋ’ରୁମ୍‌କୁ ଆସିଥିଲେ। ସ୍ତବ୍ଧ ସେଲ୍‌ସ୍‌ମ୍ୟାନ୍‌ଜଣକ ତୁରନ୍ତ ଗାଡ଼ି ଡେଲିଭରି ଦେବାରେ ଅସମର୍ଥ ହୋଇଥିଲେ। କାରଣ ଗାଡ଼ି ପାଇଁ କେମ୍ପେଗୌଡ଼ାଙ୍କ ପୂର୍ବରୁ ଅନେକ ଲୋକ ତାଲିକାଭୁକ୍ତ ହୋଇଥିଲେ। ତେଣୁ, ଅନ୍ୟୂନ ୪ ଦିନ ପୂର୍ବରୁ ତାଙ୍କୁ ବୋଲେରୋ ପିକ୍‌-ଅପ୍‌ ଭ୍ୟାନ ଡେଲିଭରି ଦେବା ସମ୍ଭବ ନୁହେଁ ବୋଲି ସେଲ୍‌ସ୍‌ମ୍ୟାନ୍‌ କହିଥିଲେ।

କିନ୍ତୁ, ଉତ୍ତ୍ୟକ୍ତ କେମ୍ପେଗୌଡ଼ା ଓ ତାଙ୍କ ବନ୍ଧୁମାନେ ଭୀଷଣ ପାଟିତୁଣ୍ଡ କରିବା ସହ ‌କ୍ଷମାପ୍ରାର୍ଥନା କରିବାକୁ ସେଲ୍‌ସ୍‌ମ୍ୟାନ୍‌ଙ୍କୁ କହିଥିଲେ। ଶେଷକୁ ପୁଲିସ ଆସି ହସ୍ତକ୍ଷେପ କରିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ଶେଷରେ ସେଲ୍‌ସ୍‌ମ୍ୟାନଜଣକ କେମ୍ପେଗୌଡ଼ାଙ୍କୁ କ୍ଷମାଭିକ୍ଷା କରିଥିଲେ।

କିନ୍ତୁ, ମୁଁ ତୁମ ସୋ’ରୁମ୍‌ରୁ ଗାଡ଼ି କିଣିବି ନାହିଁ କହି ୧୦ ଲକ୍ଷ ଟଙ୍କା ଧରି କେମ୍ପେଗୌଡ଼ା ଫେରିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe