ମାରଣା ଗାଈ ଭୁଷାରୁ ଭାଇକୁ ରକ୍ଷାକଲା ୮ ବର୍ଷୀୟ ବାଳିକା

Advertisment
ମାରଣା ଗାଈ ଭୁଷାରୁ ଭାଇକୁ ରକ୍ଷାକଲା ୮ ବର୍ଷୀୟ ବାଳିକା

Image Courtesy of TOI

କାର୍‌ଓ୍ଵାର୍‌: ଜଣେ ୮ ବର୍ଷୀୟ ବାଳିକାର ଉପସ୍ଥିତ ବୁଦ୍ଧି ତା’ର ୨ ବର୍ଷିୟ ଭାଇକୁ ମାରଣା ଗାଈ ଭୁଷାରୁ ରକ୍ଷା କରିଛି। ମଙ୍ଗଳବାର ଦିନ ହୋନ୍ନାବର ତାଲୁକରେ ନବିଲାଗାଓ୍ଵଁରେ ଘଟିଥିବା ଏହି ଘଟଣା ସିିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି।

ଏଲ୍‌ଆଇସି ଆଡ୍‌ଭାଇଜର୍‌ ଏବଂ ଗହଣା ବିକ୍ରେତା କିରଣ ଶେଟ୍‌ଙ୍କ ମଝିଅାଁ ଝିଅ ଆରତି। ଶିବରାତ୍ରୀ ପାଇଁ ସ୍କୁଲ୍‌ ଛୁଟି ଥିବାରୁ ମଙ୍ଗଳବାର ସକାଳେ ସେ ଘରେ ଥିଲା। ଦୁଆରେ ନିଜ ଦୁଇ ବର୍ଷିଆ ଭାଇକୁ ଖେଳନା ଗାଡ଼ିରେ ଖେଳାଉଥିବା ବେଳେ ମାରଣା ତାଙ୍କ ଆଡ଼କୁ ଝପଟି ଆସିଲା।
ଗାଈ ତା’ ଭୁଷିବାକୁ ଆସିବାରୁ ଭାଇକୁ ନେଇ ଆରତି ଗୋଟାଏ କଣକୁ ଚାଲିଗଲା। ଗାଈ ମଧ୍ୟ ଶିଙ୍ଗାରି ହୋଇ ଭାଇ ଦେହରେ ଶିଙ୍ଗ ଲଗାଇବା ଉପରେ। ସେତିକିବେଳେ କାର୍ତ୍ତିକ ଖସି ଯିବାକୁ ଉଦ୍ୟମ କରୁଥାଏ କିନ୍ତୁ, ତାକୁ କୋଳରେ ଜାବୁଡ଼ି ଧରି ଆରତି ଗାଈ ଆଡ଼କୁ ପିଠି କରି ଠିଆ ହୋଇପଡ଼ିଲା। ଗାଈ ତାକୁ ଭୁଷିବାରୁ ସେ ଚିତ୍କାର କଲା।

ପାଟି ଶୁଣି ତା’ ଘର ଲୋକେ ବାହାରି ଆସି ଗାଈକୁ ଗୋଡ଼ାଲେ। ଆରତି ଭାଇକୁ ନେଇ ଘର ଭିତରକୁ ପଶିଗଲା। ତା’ର ସାହସିକ କାର୍ଯ୍ୟ ବାପା ଗହଣା ଦୋକାନରେ ଲଗାଇଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe