ପୁଲିସର ପ୍ରସ୍ତାବକୁ ଅଣଦେଖା କରି ନିଜ ଜିଦରେ ଅଟଳ ରହିଥିଲା କର୍ଣ୍ଣାଟକ ସରକାର

ଦଳାଚକଡ଼ା ଘଟଣାରେ ୧୦ଜଣ ଦର୍ଶକଙ୍କ ମୃତ୍ୟୁ। ପୁଲିସର ପ୍ରସ୍ତାବକୁ ଅଣଦେଖା କରି କର୍ଣ୍ଣାଟକ ସରକାର ଆଇପିଏଲ ଫାଇନାଲ ମ୍ୟାଚର ଆଗାମୀ ଦିନ ଅର୍ଥାତ  ବୁଧବାର ସମାରୋହ ଆୟୋଜନ କରିଥିଲା।

ତକି୍ତ

ନୂଆଦିଲ୍ଲୀ: ଆରସିବି ଆଇପିଏଲରେ ଚାମ୍ପିଅନ ହେବାପରେ ଗତ ବୁଧବାର ଟ୍ରଫି ନେଇ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପହଞ୍ଚିଥିଲା। ଏହି ସମୟରେ ବିରାଟଙ୍କୁ ଦେଖିବା ପାଇଁ ଦଳେ ଯୁବତୀ ହଠାତ୍ ମାଡି ଯାଇଥିଲେ । 
ସେମାନଙ୍କୁ ଦେଖି ଅନ୍ୟମାନେ ବି ଧାଇଁବାକୁ ଲାଗିଲେ । ହଠାତ୍ ୩ ଜଣ ଯୁବତୀ ତଳେ ପଡିଯିବା ପରେ ଭିଡର ଲହଡି ପୂରା ସ୍ଥିତିକୁ ଅଣାୟତ୍ତ କରିଥିଲା ଯାହା ନିୟନ୍ତ୍ରଣ ବାହାରେ ଥିଲା । 

ବେଙ୍ଗାଲୁରୁରେ ହୋଇଥିବା ଏହି ଦଳଚକଡ଼ା ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି କି, ବେଙ୍ଗାଲୁରୁ ପୁଲିସ ଆଇପିଏଲରେ ଆରସିବି ଚାମ୍ପିୟନ ହେବାର ବିଜୟ ଉତ୍ସବ ପାଳନକୁ ଆଗାମୀ ରବିବାରୁ କରିବାର ପ୍ରସ୍ତାବ ଦେଇଥିଲା। କାରଣ ଏହି ଦିନ କୌଣସି କାମର ଦିବସ ନଥାଏ। ଯେଉଁ କାରଣରୁ ଟ୍ରାଫିକ ସମସ୍ୟା କମ ଦେଖିବାକୁ ମିଳିଥାଏ। ଏଥିସହିତ ସୁରକ୍ଷା ଓ ବ୍ୟାରିକେଡ ବ୍ୟବସ୍ଥା କରିବା ପାଇଁ ଅଧିକ ସମୟ ହାତରେ ଥାଆନ୍ତା।

ପୁଲିସର ଏ ପ୍ରସ୍ତାବକୁ ଅଣଦେଖା କରି କର୍ଣ୍ଣାଟକ ସରକାର ଆଇପିଏଲ ଫାଇନାଲ ମ୍ୟାଚର ଆଗାମୀ ଦିନ ଅର୍ଥାତ  ବୁଧବାର ସମାରୋହ ଆୟୋଜନ କରିଥିଲା।

ଏହି ଆୟୋଜନ ସମୟରେ ଆରସିବି ଟ୍ରଫି ନେଇ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପହଞ୍ଚିବା ପରେ ଦଳର ସଦସ୍ୟଙ୍କୁ ଦେଖିବା ପାଇଁ ୩ଲକ୍ଷରୁ ଅଧିକ ଦର୍ଶକଙ୍କ ଭିଡ଼ ଲାଗିଥିଲା। ଏହି ଭିଡ଼ ସମୟରେ କିଛି ଦର୍ଶକ ବିରାଟ ଓ ଆରସିବି ସଦସ୍ୟଙ୍କ ସହ ଫଟୋ ଉଠାଇବା ପାଇଁ ଦୌଡ଼ି ଯାଉଥିବା ବେଳେ ତଳେ ପଡ଼ିଯାଇଥି‌ଲେ। ଏହାପରେ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଏହି ଦଳାଚକଡ଼ା ଘଟଣାରେ ୧୦ଜଣ ଦର୍ଶକଙ୍କ ମୃତ୍ୟୁ ହୋଇଛି। 

ଖବର ଲେଖାହେଲା ପର୍ଯ୍ୟନ୍ତ ଏହି ଘଟଣାରେ କିଏ ଦୋଷୀ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।
 ସମ୍ପୂର୍ଣ୍ଣ ଘଟଣାକୁ ନେଇ କର୍ଣ୍ଣାଟକର ଗୃହମନ୍ତ୍ରୀ ପରମେଶ୍ବରା କହିଛନ୍ତି, ‘ଭିକ୍ଟ୍ରି ପରେଡ ଓ ଷ୍ଡାଡିୟରେ ଉତ୍ସବ ଆମ ପକ୍ଷରୁ ନଥିଲା। ଆମେ କର୍ଣ୍ଣାଟକ କ୍ରିକେଟ ରାଜ୍ୟ ସଂଘକୁ ବି ଆରସିବି ଚାମ୍ପିଅନ ହେବାପରେ ବିଜୟ ଉତ୍ସବ ପାଳନ କରିବା ପାଇଁ କୌଣସି ପ୍ରକାର କାର୍ଯ୍ୟକ୍ରମର ଆୟୋଜନ ପାଇଁ ଅନୁରୋଧ କରି ନଥିଲୁ।  ଏହି କାର୍ଯ୍ୟକ୍ରମକୁ କର୍ଣ୍ଣାଟକ କ୍ରିକେଟ ରାଜ୍ୟ ସଂଘ ହିଁ ଆୟୋଜନ କରିଥିଲା। ଆମକୁ ଲାଗିଲା ସରକାରଙ୍କୁ ଟିମର ସମର୍ଥନ କରିବା ଉଚିତ। କାରଣ ଏହା ବେଙ୍ଗାଲୁରୁ ଟିମ ଥିଲା। ସେଥିପାଇଁ ଆମେ ଏହି ବିଜୟ ଉତ୍ସବର ଅଂଶ ହୋଇଥିଲୁ। ବାସ କଥା ଏତିକି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe