ହିଜାବ୍‌ ବିବାଦ ମାମଲାରେ ରାୟ ଦେଇଥିବା ବିଚାରପତିଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଦେଲେ କର୍ଣ୍ଣାଟକ ସରକାର

ହିଜାବ୍‌ ବିବାଦ ମାମଲାରେ ରାୟ ଦେଇଥିବା ବିଚାରପତିଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଦେଲେ କର୍ଣ୍ଣାଟକ ସରକାର

Image Courtesy of India Today

ବେଙ୍ଗାଲୁରୁ: ହିଜାବ୍‌ ବିବାଦ ମାମଲାରେ ରାୟ ଦେଇଥିବା ରାଜ୍ୟର ମୁଖ୍ୟ ବିଚାରପତିଙ୍କ ସମେତ ୩ଜଣ ବିଚାରପତିଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଯୋଗାଇ ଦେବା ପାଇଁ ଆଜି କର୍ଣ୍ଣାଟକ ସରକାର ନିଷ୍ପତ୍ତି ନେଇଛନ୍ତି।

ବିଚାରପତିମାନଙ୍କୁ ହତ୍ୟା ଧମକ ଦେବା ହେତୁ ୨ଜଣଙ୍କୁ ଗିରଫ କରାଯିବା ପରେ ସରକାର ଏଭଳି ସଦ୍ଧାନ୍ତ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଆଜି କହିଛନ୍ତି, ହିଜାବ୍‌ ରାୟ ଶୁଣାଇଥିବା ୩ଜଣ ବିଚାରପତିଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛୁ। ଧମକ ଅଭିଯୋଗ ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ମୁଁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛି।

ଉପରୋକ୍ତ ମାମଲାରେ ରାୟ ଶୁଣାଇଥିବା ବିଚାରପତିମାନଙ୍କୁ ହତ୍ୟା କରାଯିବାକୁ ଧମକ ଦିଆଯାଉଥିବାର ଭିଡିଓ ବାର୍ତ୍ତା ହ୍ବାଟସ୍‌ଆପ୍‌ରେ ପାଇଥିବା କଥା ଜଣେ ଓକିଲ କହିବା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏ ସଂକ୍ରାନ୍ତରେ ବାଙ୍ଗାଲୋର୍‌ରେ ‘ଏଫ୍‌ଆଇଆର୍‌’ ମଧ୍ୟ ପଞ୍ଜିକରଣ କରାଯାଇଛି।

publive-image Image Courtesy of Mint

ମଦୁରାଇରେ ମଧ୍ୟ ବିଚାରପତିମାନଙ୍କୁ ହତ୍ୟା କରିବା ଲାଗି ବିବୃତି ଦିଆଯାଇଛି। ମଦୁରାଇ ଘଟଣାକୁ ନିନ୍ଦା କରି ନ ଥିବାରୁ ବିରୋଧୀ ଦଳକୁ ‘ମିଥ୍ୟା ଧର୍ମନିରପେକ୍ଷ’ କହି ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ସମାଲୋଚନା କରିଛନ୍ତି।

୩/୪ ଦିନ ହେବ ଘଟଣା ଘଟିଯାଇଥିଲେ ବି ‘ମିଥ୍ୟା ଧର୍ମନିର‌ପେକ୍ଷ’ମାନେ ଚୁପ୍‌ ରହିଛନ୍ତି କାହିଁକି? ରାୟ ଦେଇଥିବା ହେତୁ ଲୋକେ ବିଚାରପତିମାନଙ୍କୁ ମାରିବାକୁ ଧମକ ଦେଉଛନ୍ତି। ତଥାପି ଆପଣମାନେ ନିରବ ରହୁଛନ୍ତି। ଏହା ଧର୍ମନିରପେକ୍ଷତା ନୁହେଁ, ସାମ୍ପ୍ରଦାୟିକବାଦ।

ସୂଚନାଯୋଗ୍ୟ, ଇସ୍‌ଲାମ୍‌ ଧର୍ମ ଅନୁସାରେ, ହିଜାବ୍‌ ପିନ୍ଧିବା ଅତ୍ୟାବଶ୍ୟକ ନୁହେଁ ବୋଲି ହାଇକୋର୍ଟ ରାୟ ଶୁଣାଇଥିଲେ। କର୍ଣ୍ଣାଟକ ସରକାର ମଧ୍ୟ ଏଭଳି ନିଷ୍ପତ୍ତି ନେଇଥିଲେ। ତେଣୁ, କର୍ଣ୍ଣାଟକ ଶିକ୍ଷା ଆଇନ ଅନୁସାରେ, ଛାତ୍ରଛାତ୍ରୀମାନଙ୍କ ପାଇଁ ଡ୍ରେସ୍‌କୋଡ୍‌ ବାଧ୍ୟତାମୂଳକ ବୋଲି ଅଦାଲତ ଘୋଷଣା କରିଥିଲେ।

କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କରାଯାଇଛି। ହୋଲି ଅବକାଶ ପରେ ସୁପ୍ରିମ୍‌ କୋର୍ଟ ଉକ୍ତ ମାମଲାର ରାୟ ଦେବେ ବୋଲି ଆଶା କରାଯାଉଛି। ଏହି ମାମଲାର ଶୁଣାଣି କରି ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନା କହିଥିଲେ, ଆମକୁ କିଛି ସମୟ ଦିଅନ୍ତୁ। ହୋଲି ଅବକାଶ ପରେ ମାମଲାର ବିଚାର କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe