କର୍ମଚାରୀଙ୍କ ଦରମା ନ ଦେଇ ଚା’, ପାଣିରେ ୨.୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି କର୍ଣ୍ଣାଟକ ସରକାର

Advertisment
କର୍ମଚାରୀଙ୍କ ଦରମା ନ ଦେଇ ଚା’, ପାଣିରେ ୨.୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି କର୍ଣ୍ଣାଟକ ସରକାର

ବେଙ୍ଗାଲୁର: କର୍ଣ୍ଣାଟକର ମହାନଗର ନିଗମ କର୍ମୀ ୬ ମାସ ଧରି ଟଙ୍କା ପାଇନଥିବା ବେଳେ ରାଜ୍ୟ ସରାକାର ବେଲଗାବିଠାରେ ହୋଇଥିବା ଗତ ବିଧାନସଭା ଅଧିବେଶନରେ କେବଳ ଚା’, ପାଣିରେ ୨.୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ରିପୋର୍ଟ ହସ୍ତଗତ ହୋଇଛି।

ଜାଣିବାକୁ ମିଳିଛି ଯେ ଏହି କର୍ମୀମାନଙ୍କୁ ଦୀର୍ଘ ମାସ ଧରି ପାରିଶ୍ରମିକ ଦିଆଯାଇନଥିବା ହେତୁ ସେମାନଙ୍କ ମଧ୍ୟରୁ ଜଣେ ସୋମବାର ଆତ୍ମହତ୍ୟା ବି କରିଛନ୍ତି।। ଜାଣିବାକୁ ମିଳିଛି ଯେ ପାରିବାରିକ ବୋଝ ହେତୁ ବ୍ୟକ୍ତି ଜଣକ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ।

ଯାହାବି ହେଉ, ମହାନଗର କର୍ମୀମାନେ ଅର୍ଥାଭାବ ହେତୁ ଉପଯୁକ୍ତ ଖାଦ୍ୟ ଓ ଡାକ୍ତରୀ ଚିକିତ୍ସା ପାଇପାରୁନାହାନ୍ତି। ଏପରିକି ଗତ ୬ ମାସ ଧରି ସେମାନଙ୍କୁ ପାରିଶ୍ରମିକ ଦିଆଯାଇ ନଥିବା ହେତୁ ସେମାନଙ୍କ ମଧ୍ୟରୁ କେହି କେହି ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଛନ୍ତି।

publive-image

ଏ ସଂପର୍କରେ ବିବିଏମ୍‌ପି କହିଛନ୍ତି, ‘ସେମାନଙ୍କର ଦରମା ବଢ଼ାଯିବ ବୋଲି ବିଳମ୍ବ ହେଉଛି। କର୍ମୀମାନଙ୍କର ଯାଞ୍ଚ୍‌ କରାଯାଇ ଅନ୍ୟମାନଙ୍କୁ ତାଲିକାରୁ ହଟାଯିବା ପରେ ଦରମା ଦିଆଯିବ।

ଉଲ୍ଲେଖଯୋଗ୍ୟ, ଏହି ମାମଲାକୁ ନେଇ ଜୁନ୍‌ ମାସରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତିନି ଦିନ ମଧ୍ୟରେ ସେମାନଙ୍କ ଅସୁବିଧାର ସମାଧାନ କରାଯିବ ବୋଲି ବିବିଏମ୍‌ପି କହିଥିଲେ ସୁଦ୍ଧା ଏଯାବତ୍‌ ଅବସ୍ଥାରେ ପରିବର୍ତ୍ତନ ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe