ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ବିବାଦ ସହିତ ଜଡିତ ଆଉ ଗୋଟିଏ ବିବାଦ ସାମନାକୁ ଆସିଛି। କର୍ଣ୍ଣାଟକର ଏକ ମହାବିଦ୍ୟାଳୟରେ ଜଣେ ଶିଖ୍ ଛାତ୍ରୀଙ୍କୁ ପଗଡି ହଟାଇବାକୁ କୁହାଯାଇଛି। ହାଇକୋର୍ଟ ନିକଟରେ ଅନ୍ତରୀଣ ଆଦେଶରେ, ହିଜାବ ବିବାଦ ସମ୍ବନ୍ଧୀୟ ସମସ୍ତ ଯାଚିକା ଉପରେ ନିର୍ଣ୍ଣୟ ଆସିବା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଭିତରେ ନାରଙ୍ଗୀ ରଙ୍ଗର କପଡା,ସ୍କାର୍ଫ୍, ହିଜାବ ଓ କୌଣସି ଧାର୍ମିକ ପରିଚୟକୁ ଧାରଣ କରୁଥିବା ପୋଷାକ ଉପରେ ରୋକ ଲଗାଇ ଦେଇଛନ୍ତି।
ମହାବିଦ୍ୟାଳୟରଜ ଅଧିକାରୀ କହିଛନ୍ତି, ୧୬ ଫେବ୍ରୁଆରିରେ ଯେତେବେଳେ ପୁନଶ୍ଚ ଶିକ୍ଷାନୁଷ୍ଠାନଗୁଡିକ ଖୋଲିଥିଲା ସେତେବେଳେ ଛାତ୍ରଛାତ୍ରୀମାନଙ୍କୁ ଅଦାଲତର ଆଦେଶ ବିଷୟରେ ସୂଚିତ କରାଯାଇଥିଲା। ଏହି ସପ୍ତାହର ପ୍ରାରମ୍ଭରେ ମହାବିଦ୍ୟାଳୟର ଜଣେ ଅଧିକାରୀ ହିଜାବ୍ ପିନ୍ଧି ଆସିଥିବା ଦଳେ ଛାତ୍ରୀଙ୍କୁ ଅଦାଲତ ଦେଇଥିବା ନିର୍ଦ୍ଦେଶ ବିଷୟରେ କହି ହିଜାବ୍ ପିନ୍ଧି ନ ଆସିବା ପାଇଁ କହିଥିଲେ। ତେବେ ଛାତ୍ରୀମାନେ ଶିଖ୍ ସମେତ କୌଣସି ବି ଧର୍ମର ଛାତ୍ରୀମାନଙ୍କୁ ଧାର୍ମିକ ଚିହ୍ନ ଧାରଣ କରିବାକୁ ଅନୁମତି ନ ଦେବାକୁ ଦାବି କରିଥିଲେ।
ଏହାପରେ ମହାବିଦ୍ୟାଳୟ ଶିଖ୍ ଛାତ୍ରୀଙ୍କ ବାପାଙ୍କ ସହ ଯୋଗାଯୋଗ କରିଥିଲା ଓ ତାଙ୍କୁ ଅଦାଲତର ଆଦେଶ ଏବଂ ତାକୁ ପାଳନ କରିବାକୁ ଆବଶ୍ୟକତା ବିଷୟରେ ଜଣାଇଥିଲା। ଖବର ଅନୁସାରେ ଛାତ୍ରୀଙ୍କ ପରିବାରଙ୍କ କହିଛନ୍ତି, ତାଙ୍କ ଝିଅ ପଗଡି ହଟାଇବ ନାହିଁ ଓ ସେ ଆଇନର ସହାୟତା ନେବେ କାରଣ ହାଇକୋର୍ଟ ଓ ସରକାରଙ୍କ ଆଦେଶରେ ଶିଖ୍ ପଗଡିର ଉଲ୍ଲେଖ କରାଯାଇ ନାହିଁ।
Follow Us