ବେଙ୍ଗାଲୁରୁ: ଭାରତୀୟ ପୁଲିସ ସେବା (ଆଇପିଏସ) ଅଧିକାରୀ ହର୍ଷ ବର୍ଦ୍ଧନ ସିଂହଙ୍କର ମଙ୍ଗଳବାର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ହର୍ଷ ବର୍ଦ୍ଧନ ସିଂହଙ୍କୁ ମାତ୍ର ୨୬ବର୍ଷ ବୟସରେ ହରାଇ ତାଙ୍କ ସାଙ୍ଗସାଥୀ, ବନ୍ଧୁବାନ୍ଧବ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି।
ଚାକିରିର ପ୍ରଥମଦିନରେ ହର୍ଷ ବର୍ଦ୍ଧନ ସିଂହ ପୁଲିସ ଗାଡ଼ିରେ ବସି ଡିୟୁଟିରେ ଯୋଗ ଦେବାକୁ ଯାଉଥିଲେ। ଗାଡ଼ି ହାସନ-ମହୀଶୂର ରାଜପଥ କିଟ୍ଟାନେ ସୀମା ନିକଟରେ ହୋଇଥିବା ବେଳେ ଟାୟାର ଫାଟିଯାଇଥିଲା। ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଗାଡ଼ିଟି ଗଛରେ ଯାଇପିଟି ହେବାରୁ ଚାଳକ ଓ ଆଇପିଏସ ଅଧିକାରୀ ଗୁରୁତର ଆହତ ହୋଇଥିଲେ। ଦୁହିଁଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ଆଇପିଏସ ଅଧିକାରୀ ହର୍ଷ ବର୍ଦ୍ଧନ ସିଂହଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାକୁ ନେଇ ଆଇପିଏସ ଅଧିକାରୀ ହର୍ଷ ବର୍ଦ୍ଧନ ସିଂହଙ୍କ ସାଙ୍ଗମାନେ ଭାବବିହ୍ବୋଳ ପୋଷ୍ଟ ସେୟାର କରିଛନ୍ତି, ମୃତ ଅଧିକାରୀଙ୍କ ସହପାଠୀ ଶୈଳେନ୍ଦ୍ର ସିଂ ଯିଏକି କଲେଜରେ ବର୍ଦ୍ଧନଙ୍କ ସହ ଏକାଠି ପାଠପଢ଼ୁଥିଲେ।
Follow Us