ବିଧାୟକଙ୍କ ଦାବି: ପ୍ରତି ସପ୍ତାହରେ ୨ବୋତଲ ମଦ ମାଗଣାରେ ଦିଆଯାଉ

Advertisment

ବିଧାୟକଙ୍କ ଏହି ଦାବି ଶୁଣି କଂଗ୍ରେସର କେଜେ ଜାର୍ଜ ପ୍ରତିକ୍ରିୟା ଦେଇ କହିଥିଲେ, ‘ଆପଣ ନିର୍ବାଚନ  ଜିତନ୍ତୁ, ସରକାର ଗଢ଼ନ୍ତୁ। ତା’ପରେ ଆପଣ ଯେଉଁ ଦାବି କରୁଛନ୍ତି ତାହାକୁ ନିଜେ ଲାଗୁ କରନ୍ତୁ ।

ବିଧାୟକଙ୍କ ଏହି ଦାବି ଶୁଣି କଂଗ୍ରେସର କେଜେ ଜାର୍ଜ ପ୍ରତିକ୍ରିୟା ଦେଇ କହିଥିଲେ, ‘ଆପଣ ନିର୍ବାଚନ  ଜିତନ୍ତୁ, ସରକାର ଗଢ଼ନ୍ତୁ। ତା’ପରେ ଆପଣ ଯେଉଁ ଦାବି କରୁଛନ୍ତି ତାହାକୁ ନିଜେ ଲାଗୁ କରନ୍ତୁ ।

sew

ନୂଆଦିଲ୍ଲୀ: ବିହାର ଏବଂ ଗୁଜରାଟ ସମେତ ଭାରତର ଅନେକ ରାଜ୍ୟରେ ରାଜ୍ୟ ସରକାର ମଦକୁ କଡ଼ାକଡ଼ି ଭାବେ ନିଷେଧ କରିଛନ୍ତି। ଯେଉଁ ରାଜ୍ୟଗୁଡ଼ିକରେ ମଦ ବ୍ୟବସାୟ ଚାଲିଛି ସେଠାରେ ରାଜ୍ୟ ସରକାରଙ୍କ ରାଜସ୍ୱକୁ ବିପୁଳ ପରିମାଣର ଟଙ୍କା ଆସିଥାଏ ବୋଲି କୁହାଯାଏ। ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ ୧୦୦ ଜଣଙ୍କ ମଧ୍ୟରୁ ୭୦ ଜଣ ମଦ୍ୟପାନ କରନ୍ତି। ଏଥି ସହିତ ନିର୍ବାଚନ, ବିବାହ, ଯାନିଯାତ୍ରା, ପର୍ବପର୍ବାଣୀ ସମୟରେ ମଧ୍ୟ ମଦ ବଣ୍ଟନ କରିବାର ଅନେକ ଘଟଣା ସାମ୍ନାକୁ ଆସିଛି। 

ସମ୍ପ୍ରତି ବିଧାନସଭାରେ ଏହି ମଦକୁ ନେଇ ଏକ ଅଜବ ଦାବି କରାଯାଇଛି। ଏହି ଦାବିରେ କୁହାଯାଇଛି କି, ‘ସରକାର ପ୍ରତି ସପ୍ତାହରେ ପ୍ରତ୍ୟେକ ମଦ୍ୟପମାନଙ୍କୁ ଦୁଇ ବୋତଲ ମଦ ଦିଅନ୍ତୁ।

ଏହି ଅଜବ ଦାବି ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରେ ଉଠିଛି। ବୁଧବାରଦିନ କର୍ଣ୍ଣାଟକ ବିଧାନସଭାରେ ଜେଡିଏସ୍‌ର ବରିଷ୍ଠ ବିଧାୟକ ଏମ୍‌ଟି କୃଷ୍ଣପ୍ପା କହିଛନ୍ତି, ‘ଅଧ୍ୟକ୍ଷ ‌ମୋହଦୟ ମୋତେ ଭୁଲ ବୁଝିବେ ନାହିଁ। ଆପଣ ଯଦି ୨୦୦୦ଟଙ୍କା ମାଗଣା ଦେଉଛନ୍ତି, ବିଜୁଳି ମାଗଣା ଦେଉଛନ୍ତି- ତେବେ ଏହା ତ ଆମର ଟଙ୍କା। ହଁ କି ନା କୁହନ୍ତୁ?

ଜେଡିଏସ୍‌ ବିଧାୟକ ଶ୍ରୀ ଷ୍ଣପ୍ପା କହିଛନ୍ତି, ମୋର ସରକାରଙ୍କୁ ଦାବି କି ପ୍ରତି ସପ୍ତାହରେ ମଦ ପିଉଥିବା ଲୋକଙ୍କୁ ଦୁଇ ବୋତଲ ମଦ ମାଗଣାରେ ପ୍ରଦାନ କରାଯାଉ। ଏଥିରେ କୌଣସି ପ୍ରକାର ଅସୁବିଧା ନାହିଁ। ଦେଖିବେ ଏହି ନିୟମ ଲାଗୁ ଗଲେ ପରିସ୍ଥିତି ଆପଣାଛାଏଁ ଠିକ ହୋଇଯିବ। 

ବିଧାୟକଙ୍କ ଏହି ଦାବି ଶୁଣି କଂଗ୍ରେସର କେଜେ ଜାର୍ଜ ପ୍ରତିକ୍ରିୟା ଦେଇ କହିଥିଲେ, ‘ଆପଣ ନିର୍ବାଚନ ଜିତନ୍ତୁ, ସରକାର ଗଢ଼ନ୍ତୁ। ତା’ପରେ ଆପଣ ଯେଉଁ ଦାବି କରୁଛନ୍ତି ତାହାକୁ ନିଜେ ଲାଗୁ କରନ୍ତୁ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe