ମହିଳା ନେତ୍ରୀଙ୍କୁ କର୍ଣ୍ଣାଟକ ଆଇନ ମନ୍ତ୍ରୀଙ୍କ ଦୁର୍ବ୍ୟବହାର, ମୁଖ୍ୟମନ୍ତ୍ରୀଙ୍କ ଭର୍ତ୍ସନା

ମହିଳା ନେତ୍ରୀଙ୍କୁ କର୍ଣ୍ଣାଟକ ଆଇନ ମନ୍ତ୍ରୀଙ୍କ ଦୁର୍ବ୍ୟବହାର, ମୁଖ୍ୟମନ୍ତ୍ରୀଙ୍କ ଭର୍ତ୍ସନା

Oneindia

କୋଲାର: କର୍ଣ୍ଣାଟକର ଜଣେ ମହିଳା କୃଷକ ନେତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଆଇନ ଓ ଜଳସମ୍ପଦ ମନ୍ତ୍ରୀ ଜେ.ସି. ମଧୁସ୍ବାମୀ ଦୁର୍ବ୍ୟବହାର କରିବା ଭିଡ଼ିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଏହାକୁ ନେଇ ଖପ୍ପା ହୋଇଛନ୍ତି। ଆଇନ ମନ୍ତ୍ରୀ ମଧୁସ୍ବାମୀ, ଉକ୍ତ ମହିଳା ନେତ୍ରୀଙ୍କୁ 'ରାସ୍‌କେଲ, ସଟ୍‌ ଅପ୍‌' କହି ଗାଳି ଦେଉଥିବା ଭିଡ଼ିଓ ଭାଇରାଲ ‌ହୋଇଛି। ଏହି ଭିଡିଓ ଦେଖିବା ପରେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଆଇନ ମନ୍ତ୍ରୀ ମଧୁସ୍ବାମୀଙ୍କୁ ଭର୍ତ୍ସନା କରିଛନ୍ତି।

ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇ ମହିଳାଙ୍କୁ ଏଭଳି ବ୍ୟବହାର କରିବା ଅକ୍ଷମଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭବିଷ୍ୟତରେ ଏଭଳି ଭୁଲ୍‌ ପାଇଁ ତାଙ୍କୁ କଠୋର ଦଣ୍ଡ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପରୋକ୍ଷରେ ଚେତାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ବୁଧବାର କୋଲାର କୃଷକ ସଂଘର ଜିଲ୍ଲା ସଭାପତି ନଳିନୀଙ୍କୁ ମଧୁସ୍ବାମୀ ଦୁର୍ବ୍ୟବହାର କରିଥିଲେ। କୃଷକ ନେତ୍ରୀ ନଳିନୀ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେବାକୁ ଯାଇଥିବାବେଳେ ଉତ୍‌କ୍ଷିପ୍ତ ମନ୍ତ୍ରୀ ତାଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ। ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାଯିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ କର୍ଣ୍ଣାଟକ ରାଜ୍ୟ କଂଗ୍ରେସ ସଭାପତି ଡି.କେ. ଶିବ କୁମାର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe