ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିବା ଯୁବକ ଗିରଫ

Advertisment
କାଠଗଡ଼ାରେ ମୋଦୀଙ୍କ ଲୋକପ୍ରିୟତା : ଦିଲ୍ଲୀରେ ନାଗରିକତା ଆଇନ, ରାମ ମନ୍ଦିର ଓ ଦେଶପ୍ରେମ ପ୍ରସଙ୍ଗ କାମ ଦେବ ତ ?

New Indian Express

ମାଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଅନ୍‌ଲାଇନ୍‌ରେ ହତ୍ୟା କରିବା ପାଇଁ ଧମକ ଦେଇଥିବା ଜନୈକ ଯୁବକକୁ ଆଜି ଅପରାହ୍ଣରେ କର୍ଣ୍ଣାଟକ ପୁଲିସ ମାଙ୍ଗାଲୁରୁରୁ ଗିରଫ କରିବା ଘଟଣା ଦେଶବ୍ୟାପି ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଯୁବକର ନାମ ଅନଓ୍ଵର। ସେ ଏକ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନିରେ ଚାକିରି କରିବା ସହ ମେଙ୍ଗାଲୁରୁର ପୀରୁଭାଇ ଅଞ୍ଚଳରେ ରହୁଥିଲା।

publive-image News Nation

ଗତ ମଙ୍ଗଳବାର ଦିନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଅନ୍‌ଲାଇନ୍‌ରେ ଧମକ ଦେଇ କହିଥିଲା ଯେ ଯଦି ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି) କାର୍ଯ୍ୟକାରୀ ହେବାପରେ ଭାରତରେ ରହୁଥିବା ସଂଖ୍ୟାଲଘୁ ମୁସଲମାନମାନଙ୍କର କିଛି ବି ସମସ୍ୟା ଉପୁଜେ ସେ ଏମାନଙ୍କୁ ହତ୍ୟା କରିବ। ଏଥିସହ ସେ ବିଭିନ୍ନ ହ୍ଵାଟସଆପ୍‌ ଗ୍ରୁପ୍‌ରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି)କୁ ବିରୋଧ କରି ଘୃଣ୍ୟ ଜାତିଆଣ ଭାଷଣର ଭିଡିଓ ରେକର୍ଡିଂ ଛାଡ଼ିବା ସହ ଦଙ୍ଗା କରିବା ପାଇଁ ଉସକାଉଥିଲା। ଏ ସଂପର୍କରେ ପୁଲିସ୍‌ରେ ଅଗିଯୋଗ ହେବାପରେ ପୁଲିସ୍‌ ଘଟଣାର ତଦନ୍ତ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଅନ୍‌ଲାଇନ୍‌ରେ ହତ୍ୟା କରିବା ପାଇଁ ଧମକ ଦେଇଥିବା ଅନଓ୍ଵରକୁ ମାଙ୍ଗାଲୁରୁରୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe