ଭାରୀ ହୃଦୟରେ କରିଥିଲେ ଶେଷକୃତ୍ୟ ସଂପନ୍ନ; ହେଲେ ପ୍ରେମିକ ସହ ଜୀବିତ ମିଳିଲେ ପତ୍ନୀ

Advertisment

ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜେଲ୍‌ ଦଣ୍ଡ ଭୋଗୁଥିଲେ ସ୍ବାମୀ। ହେଲେ ପତ୍ନୀ ମରିନଥିଲେ, ପଛରେ ପ୍ରେମିକ ସହ ମିଳିଲେ! ଏପରି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ବାସବନହଲ୍ଲୀ ଗାଁରେ।

ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜେଲ୍‌ ଦଣ୍ଡ ଭୋଗୁଥିଲେ ସ୍ବାମୀ। ହେଲେ ପତ୍ନୀ ମରିନଥିଲେ, ପଛରେ ପ୍ରେମିକ ସହ ମିଳିଲେ! ଏପରି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ବାସବନହଲ୍ଲୀ ଗାଁରେ।

00

କୋଡାଗୁ: ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜେଲ୍‌ ଦଣ୍ଡ ଭୋଗୁଥିଲେ ସ୍ବାମୀ। ହେଲେ ପତ୍ନୀ ମରିନଥିଲେ, ପଛରେ ପ୍ରେମିକ ସହ ମିଳିଲେ! ଏପରି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ବାସବନହଲ୍ଲୀ ଗାଁରେ।

କୋଡାଗୁ ଜିଲ୍ଳାର କୁଶଲନଗର ତାଲୁକସ୍ଥିତ ବାସବନହଲ୍ଲୀ ଗାଁର ସୁରେଶ ତାଙ୍କ ପତ୍ନୀ ମଲ୍ଲିଗେଙ୍କ ସହିତ ଏକ ଶାନ୍ତ ଜୀବନ ବିତାଉଥିଲେ। ୨୦୧୯ ମସିହା ପର୍ଯ୍ୟନ୍ତ ପତି-ପତ୍ନୀଙ୍କ ମଧ୍ୟରେ ସବୁ କିଛି ଠିକ୍‌ ଠାକ୍‌ ଥିଲା। ମାତ୍ର ୨୦୧୯ ମସିହାରେ ଅଚାନକ ସୁରେଶଙ୍କ ପତ୍ନୀ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। 

ଏପଟେ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସୁରେଶଙ୍କୁ ଜେଲ୍‌ ହୋଇଗଲା। ସୁରେଶ ହତ୍ୟା ନକରି ମଧ୍ୟ ଭାବିନେଇଥିଲେ ଯେ ତାଙ୍କ ପତ୍ନୀ ମରି ଯାଇଛନ୍ତି। ଯିଏ ତାଙ୍କ ପତ୍ନୀଙ୍କ ପାଇଁ ଶୋକ କରୁଥିଲେ। ତାଙ୍କର ଶେଷକୃତ୍ୟ ସମ୍ପାଦନ କରୁଥିଲେ। ହେଲେ ଏକଥା ସମସ୍ତଙ୍କ ସେତେବେଳେ ଚକିତ କଲା; ଯେତେବେଳେ ମହିଳା ଜଣକ ତାଙ୍କ ପ୍ରେମିକଙ୍କ ହାତ ଧରି ସହରରେ ବୁଲୁଥିବାର ନଜରରେ ପଡ଼ିଲେ। 

୨୦୨୨ ମସିହାରେ ପୁଲିସ ସୁରେଶଙ୍କୁ ଡାକି ଦାବି କରିଥିଲା ​​ଯେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ପେରିଆପାଟନା ତାଲୁକର ବେଟ୍ଟାଡାପୁରା ନିକଟରେ ମିଳିଛି। ତାଙ୍କୁ ଏକ କଙ୍କାଳ ଦେଖିବାକୁ ନିଆଯାଇଥିଲା ଏବଂ କୁହାଯାଇଥିଲା ଯେ ଏହା ତାଙ୍କ ସ୍ତ୍ରୀ। ଭାରୀ ହୃଦୟରେ ସେ ତାଙ୍କର ଶେଷକୃତ୍ୟ ସଂପନ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe