କର୍ଣ୍ଣାଟକ ମେଡିକାଲ କଲେଜ ଦୁର୍ନୀତି : ୫୦ ଲକ୍ଷରେ ମେଡିକାଲ ସିଟ୍‌ ବିକ୍ରି

Advertisment
କର୍ଣ୍ଣାଟକ ମେଡିକାଲ କଲେଜ ଦୁର୍ନୀତି : ୫୦ ଲକ୍ଷରେ ମେଡିକାଲ ସିଟ୍‌ ବିକ୍ରି

latestly.com

ବେଙ୍ଗାଲୁରୁ : ଆୟକର ବିଭାଗ ଦ୍ବାରା କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜି ପରମେଶ୍ବର ଏବଂ ଆରଏଲ୍‌ ଜଲ୍ଲାପାଙ୍କ ବାସଭବନ ଏବଂ ଶିକ୍ଷାନୁଷ୍ଠାନରେ ଚଢ଼ଉ ସମୟରେ ନଗଦ ୯ କୋଟି ଟଙ୍କା ଜବତ ହୋଇଛି। ଆୟକର ଅଧିକାରୀମାନେ ବରିଷ୍ଠ କଂଗ୍ରେସ ନେତାଙ୍କ ଅଘ‌ୋଷିତ ୧୦୯ କୋଟି ଟଙ୍କାର ଆୟ ଠାବ କରିଛନ୍ତି। ଜତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ଅଘୋଷିତ ରୋଜଗାରକୁ ହାୱଲା କାରବାରରେ ଲଗାଯାଇଥିଲା ଏବଂ ଅଭିଯୁକ୍ତମାନେ ସେମାନଙ୍କ କର୍ମଚାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଟଙ୍କା ରଖୁଥିଲେ। ଅର୍ଥ ମନ୍ତ୍ରାଳୟ ଏବଂ ସିବିଡିଟି ପକ୍ଷରୁ ଜାରି ଏକ ମିଳିତ ବିବୃତି‌ରେ କୁହାଯାଇଛି ଯେ, ପ୍ରାୟ ୧୮୫ଟି ମେଡିକାଲ ଆସନରୁ ପ୍ରତ୍ୟେକଟି ଆସନ ପାଇଁ ଗ୍ରହଣ ହୋଇଥିବା ୫୦ରୁ ୬୫ ଲକ୍ଷ ଟଙ୍କାରୁ କଂଗ୍ରେସ ନେତାମାନେ ଏହି ୧୦୯ କୋଟି ହାସଲ କରିଛନ୍ତି। କଂଗ୍ରେସ ନେତା ଜି ପର‌ମେଶ୍ବର ଏବଂ ଆରଏଲ୍‌ ଜଲାପ୍ପାଙ୍କ ଦ୍ବାରା ପରିଚାଳିତ ୩ଟି ମେଡିକାଲ କଲେଜରେ ବ୍ୟାପକ ଜାଲିଆତି ହୋଇଥିବା ଟ୍ରଷ୍ଟି, ଛାତ୍ରଛାତ୍ରୀ ଏବଂ ଏଜେଣ୍ଟ୍‌ମାନେ ସ୍ପଷ୍ଟ କରିଛନ୍ତି। ରୋଜଗାର ଲୁରାଇବାପାଇଁ କଲେଜ୍‌ ମ୍ୟାନେଜମେଣ୍ଟ୍‌ ହାୱଲା ବାଟ ବାଛୁଥିଲା ଏବଂ କର୍ମଚାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଟଙ୍କା ରଖୁଥିଲା। ଚଢ଼ଉ ସମୟରେ ସମୁଦାୟ ୯ କୋଟି ଜବତ ହୋଇଛି। ପରମେଶ୍ବର ଟ୍ରଷ୍ଟି ଥିବା ଏକ ମନ୍ଦିରର ହୁଣ୍ଡିରୁ ମଧ୍ୟ ୪୦ ଲକ୍ଷ ଟଙ୍କା ମିଳିଛି। ମୁଖ୍ୟ ଟ୍ରଷ୍ଟି (ପରମେଶ୍ବର)ଙ୍କ ବାସଭବନରୁ ୮୯ ଲକ୍ଷ ଟଙ୍କା ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe