କଣ୍ଟ୍ରାକ୍ଟର୍‌ ଆତ୍ମହତ୍ୟା ମାମଲା: କର୍ଣ୍ଣାଟକ ମନ୍ତ୍ରୀ ଈଶ୍ବରପ୍ପାଙ୍କ ନାଁରେ ଏତଲା; ଡକାଇଲେ ମୁଖ୍ୟମନ୍ତ୍ରୀ ବୋମ୍ମାଇ

କଣ୍ଟ୍ରାକ୍ଟର୍‌ ଆତ୍ମହତ୍ୟା ମାମଲା: କର୍ଣ୍ଣାଟକ ମନ୍ତ୍ରୀ ଈଶ୍ବରପ୍ପାଙ୍କ ନାଁରେ ଏତଲା; ଡକାଇଲେ ମୁଖ୍ୟମନ୍ତ୍ରୀ ବୋମ୍ମାଇ

Image Courtesy of India Today

ବେଙ୍ଗାଲୁରୁ: ଠିକାଦାର ସନ୍ତୋଷ ପାଟିଲ୍‌ଙ୍କ ଆତ୍ମହତ୍ୟା ମାମଲାରେ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍‌. ଈଶ୍ବରପ୍ପା ଏବଂ ତାଙ୍କ ସହଯୋଗୀ ବସବରାଜ ଏବଂ ରମେଶଙ୍କୁ ବୁକ୍‌ କରାଯାଇଛି। ଏହି ମାମଲାରେ ସମ୍ପୃକ୍ତି ଥିବା ହେତୁ ମନ୍ତ୍ରୀଙ୍କ ନାଁରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରାଯାଇଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ତାଙ୍କୁ ଡକାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଈଶ୍ବରପ୍ପାଙ୍କ ନାମରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରାଯାଇଛି। ମୁଁ ସମସ୍ତ ସୂଚନା ସଂଗ୍ରହ କରୁଛି। ଫୋନ୍‌ରେ ଈଶ୍ବରପ୍ପାଙ୍କ ସହିତ କଥାବାର୍ତ୍ତା ହେବି ଏବଂ ତାଙ୍କୁ ଡକାଇ ତାଙ୍କ ସହିତ କଥାବାର୍ତ୍ତା କରିବି। ଏବେ ‘ଏଫ୍‌ଆଇଆର୍‌’ ‌ଦାଏର କରାଯାଇଛି। ମୁଁ ତାଙ୍କ ସହିତ କଥାବାର୍ତ୍ତା ହେବି।

ଈଶ୍ବରପ୍ପାଙ୍କ ନାଁରେ ଦିଆଯାଇଥିବା ‘ଏଫ୍‌ଆଇଆର୍’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଦଳର ହାଇକମାଣ୍ଡ୍‌ଙ୍କୁ ସଂକ୍ଷେପରେ ଅବଗତ କରାଇଛନ୍ତି। ଆତ୍ମହତ୍ୟା କରିବାକୁ ବାଧ୍ୟ କରାଇଥିବା କାରଣରୁ ଈଶ୍ବରପ୍ପା ଏବଂ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରାଯାଇଛି। ପାଟିଲ୍‌ଙ୍କ ଭାଇ ପ୍ରଶାନ୍ତଙ୍କ ଅଭିଯୋଗ ଆଧାରରେ ଉଦିପିରେ ଏହି ମାମଲା ରୁଜୁ କରାଯାଇଛି।

publive-image Image Courtesy of Janta Yojana

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍‌. ଈଶ୍ବରପ୍ପା ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରିଥିବା ଠିକାଦାର ସନ୍ତୋଷ ପାଟିଲ୍‌ ମଙ୍ଗଳବାର ଦିନ ଉଦୁପିର ଗୋଟାଏ ଲଜ୍‌ରୁ ମୃତାବସ୍ଥାରେ ମିଳିଥିଲେ। ଭାଇର ମୃତ୍ୟୁ ନିମନ୍ତେ ଈଶ୍ବରପ୍ପା ଦାୟୀ ବୋଲି ପ୍ରଶାନ୍ତ କହିଛନ୍ତି।

ସେ କହିଛନ୍ତି, ମୋ ଭାଇର ମୃତ୍ୟୁ ପାଇଁ ଈଶ୍ବରପ୍ପା ଦାୟୀ। ସେ ମୋ ଭାଇଙ୍କୁ ଲାଞ୍ଚ ଅର୍ଥାତ୍‌ କମିସନ୍‌ ମାଗୁଥିଲେ। ଏଥିଯୋଗୁଁ ସେ ମାନହାନୀ ମାମଲା ବି ଦାଏର କରିଥିଲେ। ତାଙ୍କୁ ହତ୍ୟା ଧମକ ମଧ୍ୟ ଦିାଯାଇଛି।

କୁହାଯାଉଛି, ମୃତ୍ୟୁ ପୂର୍ବରୁ ସନ୍ତୋଷ ପାଟିଲ୍‌ ତାଙ୍କ ବନ୍ଧୁମାନଙ୍କ ନିକଟକୁ ‘ହ୍ବାଟସ୍‌ଆପ୍‌’ ବାର୍ତ୍ତା ପଠାଇଥିଲେ। ସେଥିରେ ସେ ଆତ୍ମହତ୍ୟା କରିବେ ଏବଂ ଏ ଭଳି ଚରମ ନିଷ୍ପତ୍ତି ନିମନ୍ତେ ଈଶ୍ବରପ୍ପାଙ୍କୁ ଦାୟୀ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe