କର୍ଣ୍ଣାଟକର ଭିତ୍ତିଭୂମି ବିକାଶ ମନ୍ତ୍ରୀ ମହିଳାଙ୍କୁ ଚାପୁଡା ମାରିବା ଘଟଣା, ସ୍ପଷ୍ଟୀକରଣ ମାଗିଲେ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକର ଭିତ୍ତିଭୂମି ବିକାଶ ମନ୍ତ୍ରୀ ମହିଳାଙ୍କୁ ଚାପୁଡା ମାରିବା ଘଟଣା, ସ୍ପଷ୍ଟୀକରଣ ମାଗିଲେ ମୁଖ୍ୟମନ୍ତ୍ରୀ

livehindustan

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜଣେ ମନ୍ତ୍ରୀ ଖୋଲାଖୋଲି ଭାବେ ଜଣେ ମହିଳାଙ୍କୁ ଚାପୁଡ଼ା ମାରିବା ଘଟଣାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ବିରୋଧୀ ଦଳର ସମାଲୋଚନା ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇ ରାଜ୍ୟ ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି ସୋମନ୍ନାଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ସୋମନ୍ନା ଜଣେ ମହିଳାଙ୍କୁ ଚାପୁଡ଼ା ମାରିଥିଲେ ଯେତେବେଳେ ସେ ତାଙ୍କ ନିକଟକୁ ଆସିଥଲେ। ଏହି ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଏବେ ମହିଳାଙ୍କ ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତି ଯେ, ମନ୍ତ୍ରୀ ତାଙ୍କୁ ମାଡ ମାରୁ ନଥିଲେ ବରଂ ତାଙ୍କୁ ସାନ୍ତ୍ୱନା ଦେଉଥିଲେ।

ସଂଗୃହୀତ ସୂଚନା ଅନୁସାରେ, ‘ବିଜେପି’ ନେତା ତଥା କର୍ଣ୍ଣାଟକର ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି ସୋମନ୍ନା ଗତକାଲି ଚମରାଜନଗର ଜିଲ୍ଲା ଅନ୍ତର୍ଗତ ହଙ୍ଗଲା ଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଜମି ପଟ୍ଟା ବଣ୍ଟନ କରୁଥିଲେ। ସେଠାରେ ଜମି ପଟ୍ଟା ପାଇବାରୁ ବଞ୍ଚିତା ହୋଇ ଉତ୍ତ୍ୟକ୍ତ ହୋଇଯାଇଥିବା ଜଣେ ମହିଳାଙ୍କ ସହ ମନ୍ତ୍ରୀଙ୍କର ମୁହଁମୁହିଁ ହୋଇଗଲା। ମହିଳାଙ୍କ ଆଚରଣରେ କ୍ଷୁବ୍ଧ ହୋଇ ମନ୍ତ୍ରୀ ତାଙ୍କୁ ଚଟକଣା ମାରିଥିଲେ। ମାଡ଼ ଖାଇ ସୁଦ୍ଧା ମହିଳାଜଣକ ତୁରନ୍ତ ନଇଁପଡ଼ି ମନ୍ତ୍ରୀଙ୍କ ପାଦସ୍ପର୍ଶ କରିଥିଲେ। ଭିଡିଓରେ ଶୁଣାଯାଉଛି ପରବର୍ତ୍ତୀ ସମୟରେ ମନ୍ତ୍ରୀ ସୋମନ୍ନା ମହିଳାଙ୍କୁ କ୍ଷମାଯାଚନା କରୁଛନ୍ତି।

ଏହି ଘଟଣାକୁ ନେଇ ବିରୋଧୀ ଟା‌ର୍ଗେଟ କରିବାରୁ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇ ନୋଟିସ ଜାରି କରି ସୋମନ୍ନାଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସୋମବାର ସୁଦ୍ଧା ମନ୍ତ୍ରୀଙ୍କୁ ତାଙ୍କ ସ୍ପଷ୍ଟୀକରଣ ଉପସ୍ଥାପନ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe