ମୋତେ ବୋମା ଦିଅ, ମୁଁ ତାକୁ ନେଇ ପାକିସ୍ତାନ ଯିବି; ଏଭଳି କହିଲେ ଜମୀର ଅହମ୍ମଦ ଖାନ୍

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି ସମୟରେ, କର୍ଣ୍ଣାଟକର ମନ୍ତ୍ରୀ ଜମିର ଅହମ୍ମଦ ଖାନଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ବୋମା ନେଇ ପଡ଼ୋଶୀ ଦେଶକୁ ଯିବା ବିଷୟରେ କହୁଛନ୍ତି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି ସମୟରେ, କର୍ଣ୍ଣାଟକର ମନ୍ତ୍ରୀ ଜମିର ଅହମ୍ମଦ ଖାନଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ବୋମା ନେଇ ପଡ଼ୋଶୀ ଦେଶକୁ ଯିବା ବିଷୟରେ କହୁଛନ୍ତି।

tbnshdjkqdqwdhuih

ବେଙ୍ଗାଲୁରୁ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି ସମୟରେ, କର୍ଣ୍ଣାଟକର ମନ୍ତ୍ରୀ ଜମିର ଅହମ୍ମଦ ଖାନଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ବୋମା ନେଇ ପଡ଼ୋଶୀ ଦେଶକୁ ଯିବା ବିଷୟରେ କହୁଛନ୍ତି। ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଖାନ କହିଛନ୍ତି ଯେ, ପାକିସ୍ତାନ ସର୍ବଦା ଭାରତର ଶତ୍ରୁ ହୋଇରହିଛି। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କୁ ଅନୁମତି ଦିଅନ୍ତି, ତେବେ ସେ ଯୁଦ୍ଧରେ ଯୋଗ ଦେବାକୁ ପ୍ରସ୍ତୁତ।

ତାଙ୍କ କହିବା ମୁତାବକ, 'ଆମେ ଭାରତୀୟ, ଆମେ ହିନ୍ଦୁସ୍ତାନୀ। ପାକିସ୍ତାନର ଆମ ସହିତ କେବେବି କୌଣସି ସମ୍ପର୍କ ନଥିଲା ନା ରହିପାରିବ। ପାକିସ୍ତାନ ସବୁବେଳେ ଆମର ଶତ୍ରୁ ଭଳି ରହିଆସିଛି। ଯଦି ମୋଦି, ଅମିତ ଶାହ ଏବଂ କେନ୍ଦ୍ର ସରକାର ମୋତେ ଅନୁମତି ଦିଅନ୍ତି, ତେବେ ମୁଁ ପାକିସ୍ତାନ ଯାଇ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ। ମୋତେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହା ଏକ ଆତ୍ମଘାତୀ ବୋମା ଦିଅନ୍ତୁ, ଯାହାକୁ ମୁଁ ମୋ ଶରୀରରେ ବାନ୍ଧି ପାକିସ୍ତାନ ଯିବି ଓ ସେମାନଙ୍କ ଉପରେ ଆକ୍ରମଣ କରିବି। ମୁଁ ମଜା କରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe