କର୍ଣ୍ଣାଟକ ରାଜନୀତି: ବିଜେପି ସରକାରକୁ ସମର୍ଥନ ଦେବାକୁ ଜେଡିଏସ୍‌ ତୟାର

Advertisment
କର୍ଣ୍ଣାଟକ ରାଜନୀତି: ବିଜେପି ସରକାରକୁ ସମର୍ଥନ ଦେବାକୁ ଜେଡିଏସ୍‌ ତୟାର

ବେଙ୍ଗାଲୁରୁ: ଯେଉଁ ବିଜେପି ଯୋଗୁଁ ଜେଡିଏସ୍ ନେତୃତ୍ବାଧୀନ ସରକାରର ପତନ ଘଟିଲା ସେହି ଦଳର ସରକାରକୁ ରକ୍ଷା କରିବା ଲାଗି ଅଣ୍ଟା ଭିଡ଼ିଛି ଜେଡିଏସ୍। ପାର୍ଟିର ଜଣେ ନେତା କହିଛନ୍ତି ଯେ କର୍ଣ୍ଣାଟକରେ ବିଜେପି ସରକାରକୁ ଆବଶ୍ୟକ ସ୍ଥଳେ ସଂପୂର୍ଣ୍ଣ ସମର୍ଥନ କରିବାକୁ ତାଙ୍କ ପାର୍ଟି ପ୍ରସ୍ତୁତ ରହିଛି। ଦଳର ବରିଷ୍ଠ ନେତା ବାସବରାଜ ହୋରାଟ୍ଟି କହିଛନ୍ତି ଯେ ଡିସେମ୍ବର ୫ରେ ଉପନିର୍ବାଚନ ଫଳାଫଳରେ ଯଦି ବିଜେପିର ଆସନ ସଂଖ୍ୟା କମିବ ତା’ହେଲେ ଆମେ ବିଜେପିକୁ ସମର୍ଥନ ଯୋଗାଇ ଦେବୁ ଏବଂ ସରକାରକୁ ସଙ୍କଟରେ ପଡ଼ିବାକୁ ଦେବୁନାହିଁ। ରାଜ୍ୟରେ ମଧ୍ୟବର୍ତ୍ତୀ ନିର୍ବାଚନ ସ୍ଥିତି ଉପୁଜିବାକୁ ଦିଆଯିବ ନାହିଁ ବୋଲି ଦଳ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ କଂଗ୍ରେସ ଓ ଜେଡିଏସ୍‌ର ୧୭ ଜଣ ବିଧାୟକ ଜେ‌ଡିଏସ୍ ନେତା ତଥା ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ସରକାରକୁ ସମର୍ଥନ ନଦେବାରୁ ଏହି ସରକାରର ପତନ ଘଟିଥିଲା। ପରବର୍ତୀ ସମୟରେ ଏହି ବିଧାୟକମାନଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଥିଲେ। ଏହି ବିଧାୟକମାନେ ଏବେ ବିଜେପିରେ ମିଶି ନିର୍ବାଚନ ଲଢ଼ୁଛନ୍ତି। ଉପନିର୍ବାଚନରେ ବିଜେପି ୧୩ଟି ଆସନରେ ଲଢ଼ୁଛି ଏବଂ ଏଥିରୁ ୬ଟି ଆସନରେ ବିଜୟୀ ହେଲେ ଦଳକୁ ଆଉ ବାହାରୁ ସମର୍ଥନ ଆବଶ୍ୟକ ପଡ଼ିବ ନାହିଁ। ନିକଟରେ କୁମାରସ୍ବାମୀ ମଧ୍ୟ କହିଥିଲେ ଯେ ତାଙ୍କ ପାର୍ଟି ବିଜେପିକୁ ସମର୍ଥନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe