Karnataka Politics: ଅଢେଇ ବର୍ଷର କଣ୍ଟ ଏବଂ କ୍ଷମତା ଆବଣ୍ଟନ ଛକାପଞ୍ଝାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ… ଶିବକୁମାର କହିଲେ ଗୋଷ୍ଠୀ କନ୍ଦଳ ମୋ ରକ୍ତରେ ନାହିଁ...

ଶିବକୁମାର କହିଛନ୍ତି,ସେ  ଦଳରେ ବିଭାଜନ ଚାହାନ୍ତି ନାହିଁ ।  ଗୋଷ୍ଠୀ ଗଠନ ତାଙ୍କ ରକ୍ତରେ ନାହିଁ । ଦଳର ରାଜ୍ୟ ସଭାପତି ଭାବେ ସମସ୍ତ ୧୪୦ ଜଣ ବିଧାୟକ ତାଙ୍କର । କ୍ୟାବିନେଟ୍ ପୁନର୍ଗଠନ ନେଇ କସରତ ଚାଲିଛି

politics

politics Photograph: (sambad.in)

ନୂଆଦିଲ୍ଲୀ: କର୍ଣ୍ଣାଟକରେ କ୍ଷମତା କନ୍ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା  ବେଙ୍ଗାଲୁରରେ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରିଛନ୍ତି । କ୍ଷମତା ବଣ୍ଟନ ଓ ମନ୍ତ୍ରିମଣ୍ଡଳ ପୁନର୍ଗଠନ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ପୂର୍ବ ନିର୍ଦ୍ଧାରିତ ଫର୍ମୁଲା ଅନୁୟାୟୀ, ଅଢ଼େଇ ବର୍ଷ ପରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା କଥା ଓ ଉପମୁଖ୍ୟମନ୍ତ୍ରୀ ଡି.କ ଶିବକୁମାର ନୂଆ ମୁଖ୍ୟମନ୍ତ୍ରୀ ହେବା କଥା । କିନ୍ତୁ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ରାଜି ନଥିବାରୁ ଡେ.କେ ଶିବକୁମାରଙ୍କ କିଛି ସମର୍ଥକ ଦିଲ୍ଲୀରେ ପହଞ୍ଚି ଲବି କରୁଛନ୍ତି ।

ଅଧିକ ପଢନ୍ତୁ- Health Tips, Breakfast: ସକାଳ ଜଳଖିଆରେ ଏସବୁ ସାମିଲ କରନ୍ତୁ, ସୁସ୍ଥ ରୁହନ୍ତୁ...

ସେପଟେ ଶିବକୁମାର କହିଛନ୍ତି,ସେ  ଦଳରେ ବିଭାଜନ ଚାହାନ୍ତି ନାହିଁ ।  ଗୋଷ୍ଠୀ ଗଠନ ତାଙ୍କ ରକ୍ତରେ ନାହିଁ । ଦଳର ରାଜ୍ୟ ସଭାପତି ଭାବେ ସମସ୍ତ ୧୪୦ ଜଣ ବିଧାୟକ ତାଙ୍କର । କ୍ୟାବିନେଟ୍ ପୁନର୍ଗଠନ ନେଇ କସରତ ଚାଲିଛି ।  କିଛି ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଦିଲ୍ଲୀରେ ଚେଷ୍ଟା କରୁଛନ୍ତି  । ଏଥିରେ ତାଙ୍କର କିଛି କରିବାର ନାହିଁ ବୋଲି ଶିବକୁମାର କହିଛନ୍ତି ।  ସିଦ୍ଦରମୈୟା ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ବୋଲି କହିଥିବାରୁ ଡି.କେ ଶିବକୁମାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିନ୍ତୁ ଶିବ କୁମାର ଯାହା କହିଲେ ବି  ସ୍ଥିତିରୁ ସ୍ପଷ୍ଟ ହେଉଛି ଯେ କର୍ଣ୍ଣାଟକରେ କ୍ଷମତା କନ୍ଦଳରେ ପୂରା ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ  ।    

ଅଧିକ ପଢନ୍ତୁ- Kandhamal: ଗାଁକୁ ନାହିଁ ରାସ୍ତା, ଦୋଳାରେ ବୋହି ନେବାକୁ ପଡୁଛି ରୋଗୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe