କିଏ ନେଇଯିବ ବୋଲି ୨୫ ହଜାର ଟଙ୍କିଆ ରୁମରେ ବିଧାୟକଙ୍କୁ ଲୁଚାଇ ରଖିଛି ଜେଡିଏସ, ମୁମ୍ବାଇରେ ଡ଼େରା ପକାଇଛନ୍ତି ବାଗୀ ବିଧାୟକ

କିଏ ନେଇଯିବ ବୋଲି ୨୫ ହଜାର ଟଙ୍କିଆ ରୁମରେ ବିଧାୟକଙ୍କୁ ଲୁଚାଇ ରଖିଛି ଜେଡିଏସ, ମୁମ୍ବାଇରେ ଡ଼େରା ପକାଇଛନ୍ତି ବାଗୀ ବିଧାୟକ

TripAdvisor

ନୂଆଦିଲ୍ଲୀ : ନାଟକୀୟ ମୋଡରେ କର୍ଣ୍ଣାଟକ ରାଜନୀତି । ପ୍ରତି ମୁହୂର୍ତ୍ତରେ ବଦଳୁଛି ରାଜନୈତିକ ସମୀକରଣ । କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରେ ଥିବା ୧୩ଜଣ ବିଧାୟକ ଇସ୍ତଫା ଦେଇସାରିବା ପରେ ଏବେ କର୍ଣ୍ଣାଟକରେ ମେଣ୍ଟ ସରକାର ତିଷ୍ଠି ପାରିବ ନା ନାହିଁ ସେ ନେଇ ପ୍ରଶ୍ନ ଉଠୁଛି । ଆଉ ଏଭଳି ସମୟରେ ମେଣ୍ଟ ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ନେତା ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ବିଦ୍ରୋହୀ ବିଧାୟକମାନଙ୍କୁ ମନେଇବା ପାଇଁ ଚେଷ୍ଟା ଚାଲିଛି । ମନ୍ତ୍ରୀପଦର ଲୋଭ ଦେଖାଇ ପୁଣି ଥରେ ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଚଳାଇଛି କଂଗ୍ରେସ ।

ଆଉ ଏସବୁ ଭିତରେ ଘୋଡାବେପାରକୁ ଦୃଷ୍ଟିରେ ରଖି ଜେଡିଏସ ନିଜ ବିଧାୟକଙ୍କୁ ଲୁଚାଇ ରଖିବା ଅଭିଯାନ ଆରମ୍ଭ କରିଛି । ଜେଡିଏସ ଶିବିରରୁ ଯେପରି ଅନ୍ୟ କୌଣସି ବିଧାୟକ ଇସ୍ତଫା ନ ଦେଇପାରିବେ ସେଥିପାଇଁ ବିଧାୟକଙ୍କୁ ପଞ୍ଚତାରକା ହୋଟେଲରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ଗୋଟିଏ ପଟେ କୁମାରସ୍ୱାମୀ ସରକାର ଉପରେ ସଙ୍କଟ ଟଳିନଥିବା ବେଳେ ଅନ୍ୟପଟେ ବିଧାୟକ ମାନେ ବେଶ ଅୟସ ଆରାମରେ ଦିନ କାଟୁଛନ୍ତି । ବିଧାୟକଙ୍କ ରହିବା ପାଇଁ ୧୦ଟି ପ୍ରାଇଭେଟ ପୁଲ୍‌ ଭିଲା, ୭ବଙ୍ଗଳା ଓ ଡିଲକ୍ସ ରୁମ୍‌ ବୁକ୍‌ କରାଯାଇଛି । ଯେଉଁ ପୁଲ୍‌ ଭିଲାର ଦାମ ଦିନକୁ ୨୫ହଜାର ଟଙ୍କା ରହିଛି । ଖାସ୍‌ ଜେଡିଏସ ବିଧାୟକଙ୍କୁ ବିଜେପିର ପୋଚିଂରୁ ବଞ୍ଚାଇବା ପାଇଁ ଏବେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛି ଦଳ ।

publive-image

ଏହା ପୂର୍ବରୁ ଇସ୍ତଫା ଦେଇଥିବା ବିଧାୟକ ମାନେ କର୍ଣ୍ଣାଟକ ଛାଡ଼ି ବିଜେପି ନେତାଙ୍କ ଚାଟାର୍ଡ ପ୍ଲେନରେ ଆସି ମୁମ୍ବାଇରେ ଡ଼େରା ପକାଇଛନ୍ତି । ମୁମ୍ବାଇର ବାନ୍ଦ୍ରାରେ ଥିବା ପଞ୍ଚତାରକା ସୋଫିଟେଲ ହୋଟେଲରେ ନେରା ପକାଇଛନ୍ତି ଏହି ବାଗୀ ବିଧାୟକ । ଦଶ ଜଣ ବିଧାୟକ ସୋଫିଟେଲ ହୋଟେଲରେ ରହିଥିବା ବେଳେ ୩ଜଣ ବିଧାୟକ ଶିରିଡ଼ିର ଅଜ୍ଞାତ ସ୍ଥାନରେ ରହିଛନ୍ତି । ଯେଉଁ ହୋଟେଲର ରାତିକୁ ଭଡା ୧୦ହଜାର ଟଙ୍କାରୁ ଅଧିକ ରହିଛି ।

୬ମାସ ପୂର୍ବରୁ ମଧ୍ୟ ଯେତେବେଳେ କୁମାରସ୍ୱାମୀ ସରକାର ଉପରେ ସଙ୍କଟ ଦେଖା ଦେଇଥିଲା ସେତେବେଳେ ମଧ୍ୟ ପୋଚିଂ ଭୟରେ କଂଗ୍ରେସର ସମସ୍ତ ବିଧାୟକଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe