କର୍ଣ୍ଣାଟକ ନିର୍ବାଚନ ପାଇଁ ବାହାରିଲା କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; ପୁଅ ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ସିଦ୍ଧରମୈୟା

Advertisment
କର୍ଣ୍ଣାଟକ ନିର୍ବାଚନ ପାଇଁ ବାହାରିଲା କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; ପୁଅ ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ସିଦ୍ଧରମୈୟା

Image Courtesy of India Today

ବେଙ୍ଗାଲୁରୁ: ମେ ମାସରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ ଆଜି କଂଗ୍ରେସ ପାର୍ଟି ପ୍ରଥମ ପର୍ଯ୍ୟାୟରେ ୧୨୪ଜଣ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛି।

ଏଥର ପୁଅର ନିର୍ବାଚନ ମଣ୍ଡଳୀ ‘ବରୁଣ’ରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରତିଦ୍ବନ୍ଦ୍ବିତା କରିବେ। ସେହିପରି, କର୍ଣ୍ଣାଟକ କଂଗ୍ରେସ ସଭାପତି ଡି. କେ. ଶିବକୁମାର କନକପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିବେ।

ମହୀଶୂର ଅନ୍ତର୍ଗତ ବରୁଣ ଆସନରେ ସମ୍ପ୍ରତି ବିଧାୟକ ଅଛନ୍ତି ସିଦ୍ଧରମୈୟାଙ୍କ ପୁଅ ଯତୀନ୍ଦ୍ର ସିଦ୍ଧରମୈୟା ଏବଂ ରାଜ୍ୟର ଉତ୍ତର ଭାଗ ଅନ୍ତର୍ଗତ ବାଗଲ୍‌କୋଟ୍‌ ଜିଲ୍ଲାର ବାଦାମୀ ଆସନର ବିଧାୟକ ଅଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ସିଦ୍ଧରମୈୟା।

ଏହାଛଡ଼ା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ ଚିତପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ। ଏମ୍‌. ବି. ପାଟିଲ୍‌ ଓ ଦୀନେଶ ଗୁଣ୍ଡୁରାଓ ଯଥାକ୍ରମେ ବାବଲେଶ୍ବର ଓ ଗାନ୍ଧୀନଗର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିବେ। ସେହିପରି, ସମ୍ପ୍ରତି ବିଧାୟକ ଥିବା ଭେଙ୍କଟରମଣପ୍ପାଙ୍କୁ ଟିକେଟ୍‌ ନ ଦିଆଯାଇ ତାଙ୍କ ପରିବର୍ତ୍ତେ ଜଣେ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିଛି।

publive-image Image Courtesy of India.com

ଦଳ ପରିତ୍ୟାଗ କରିଥିବା ‘ବିଜେପି’ ବିଧାନ ପରିଷଦ୍‌ ସଦସ୍ୟ ପୁଟ୍ଟନ୍ନାଙ୍କୁ ରାଜାଜୀନଗର ଆସନରୁ ଟିକେଟ୍‌ ମିଳିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ. ଏଚ୍‌. ମୁନିୟାପ୍ପାଙ୍କୁ ଦେବନାହଲ୍ଲୀ ଆସନ ପାଇଁ ଟିକେଟ୍‌ ମିଳିଛି।

ମାର୍ଚ ୧୭ ତାରିଖରେ ଦିଲ୍ଲୀରେ ବସିଥିବା ବୈଠକରେ କଂଗ୍ରେସ ପାର୍ଟିର ‘ସେଣ୍ଟ୍ରାଲ୍‌ ଇଲେକ୍ସନ୍‌ କମିଟି’ ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ଅନୁମୋଦନ କରିଥିଲା। ଏହି କମିଟିର ଅଧ୍ୟକ୍ଷତା କରିଥିଲେ କଂଗ୍ରେସ ମୁଖ୍ୟ ଖଡ଼ଗେ। ରାହୁଲ୍‌ ଗାନ୍ଧୀ ବି ସେ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe