କର୍ଣ୍ଣଟକ ନିର୍ବାଚନ: ଅଧା ଦାମ୍‌ରେ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦେବାକୁ ଏଚ୍‌. ଡି. କୁମାରସ୍ବାମୀଙ୍କ ପ୍ରତିଶ୍ରୁତି, ଅଟୋ ଡ୍ରାଇଭର୍‌ଙ୍କୁ ମିଳିବ ମାସିକ ୨,୦୦୦ ଟଙ୍କା

Advertisment
କର୍ଣ୍ଣଟକ ନିର୍ବାଚନ: ଅଧା ଦାମ୍‌ରେ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦେବାକୁ ଏଚ୍‌. ଡି. କୁମାରସ୍ବାମୀଙ୍କ ପ୍ରତିଶ୍ରୁତି, ଅଟୋ ଡ୍ରାଇଭର୍‌ଙ୍କୁ ମିଳିବ ମାସିକ ୨,୦୦୦ ଟଙ୍କା

Image Courtesy of The Hindu

ବେଙ୍ଗାଲୁରୁ: ରାଜ୍ୟରେ ‘ଜନତା ଦଳ-ସିକ୍ୟୁଲାର୍‌’ (ଜେଡି-ଏସ୍‌) କ୍ଷମତାକୁ ଆସିଲେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ଉପରେ ୫୦% ରିହାତି ଦିଆଯିବ ବୋଲି ମଙ୍ଗଳବାର ଦିନ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌. ଡି. କୁମାରସ୍ବାମୀ ଘୋଷଣା କରିଛନ୍ତି।

ୟେଶ୍‌ବନ୍ତପୁର ନିର୍ବାଚନ ମଣ୍ଡଳୀରେ ‘ପଞ୍ଚରତ୍ନ ରଥଯାତ୍ରା’ରେ ଯୋଗ ଦେଇଥିବା କୁମାରସ୍ବାମୀ ମଧ୍ୟାହ୍ନ ଭୋଜନ ବିରତି ବେ‌ଳେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ ସେ ଉପରୋକ୍ତ ପ୍ରତିଶ୍ରୁତି ଦେଇଛନ୍ତି।

ସେ କହିଛନ୍ତି, ମାଗଣା ଗ୍ୟାସ୍‌ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ଉଜ୍ଜ୍ବଳା ଯୋଜନା ଲାଗୁ କରିଥିଲେ। କିନ୍ତୁ,ଗ୍ୟାସ୍‌ ସିଲିଣ୍ଡର୍‌ର ଦର ବୃଦ୍ଧି ପାଇ ୧୦୦୦ ଟଙ୍କା ଟପିଯବା ପରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ମହିଳାମ‌ାନେ ବିସ୍ମିତ ହୋଇଯାଇଛନ୍ତି। ଏଥିଯୋଗୁଁ ଗରିବମାନଙ୍କ ଜୀବନ ପ୍ରଭାବିତ ହୋଇଛି। ଆମେ ୫ଟି ସିଲିଣ୍ଡର୍‌ ମାଗଣା ଓ ୧୦ଟି ସିଲିଣ୍ଡର୍‌ ୫୦% କମ୍‌ ମୂଲ୍ୟରେ ଯୋଗାଇ ଦେବୁ।

publive-image Image Courtesy of Zee News

ସେ ଆହୁରି ମଧ୍ୟ କହିଛନ୍ତି, ଆର୍ଥିକ ସହାୟତା ରୂପେ ଅଟୋ ଡ୍ରାଇଭର୍‌ମାନଙ୍କୁ ମାସିକ ୨୦୦୦ ଟଙ୍କା ଯୋଗାଇ ଦିଆଯିବ। ଏହାଛଡ଼ା, ଅଙ୍ଗନବାଡ଼ି କର୍ମଚାରୀମାନଙ୍କର ଦାବି ମଧ୍ୟ ପୂରଣ କରାଯିବ।

ସରକାରୀ ଚାକିରିରେ ନିଯୁକ୍ତି ବ୍ୟବସ୍ଥାକୁ ସୁଧାରିବା ସହିତ ‘କର୍ଣ୍ଣାଟକ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌’ରେ ଥିବା ସମସ୍ୟାକୁ ମଧ୍ୟ ସୁଧାରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ସମ୍ପ୍ରତି ‘ବିଜେପି’ ସରକାର କୋଟି କୋଟି ଟଙ୍କାରେ ସରକାରୀ ଚାକିରି ବିକ୍ରୟ କରୁଛି।

ସଦ୍ୟତମ ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ୧୧.୩୦ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନର ପ୍ଲିନାରି ହଲ୍‌ରେ ଭାରତର ନିର୍ବାଚନ କମିସନ୍‌ ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe