ଭଦ୍ରକ ମେଡିକାଲରେ ଆହତଙ୍କୁ ଭେଟିଲେ କର୍ଣ୍ଣାଟକ ରାଜସ୍ବ ମନ୍ତ୍ରୀ

Advertisment
ଭଦ୍ରକ ମେଡିକାଲରେ ଆହତଙ୍କୁ ଭେଟିଲେ କର୍ଣ୍ଣାଟକ ରାଜସ୍ବ ମନ୍ତ୍ରୀ

ଭଦ୍ରକ: ବାଲେଶ୍ବର ଜିଲ୍ଲା ବାହାନଗାଠାରେ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁର ହାୱାଡା ଦୂରନ୍ତ ଏକ୍ସପ୍ରେସ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏଥିରେ ଅନେକ ମୃତାହାତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଆହତମାନଙ୍କୁ ବିଭିନ୍ନ ହସପିଟାଲରେ ଭର୍ତ୍ତି କରାଯାଇଛି।

ବିଭିନ୍ନ ଅଞ୍ଚଳରୁ ରାଜନେତାମାନେ ଆସି ଆହତମାନଙ୍କୁ ଭେଟିବାରେ ଲାଗିଛନ୍ତି। ଏହି ଅବସରରେ ଭଦ୍ରକ ମେଡ଼ିକାଲରେ ଚିକିତ୍ସା ହେଉଥିବା ଆହତମାନଙ୍କୁ  ଶନିବାର ରାତିରେ ଭେଟିଛନ୍ତି କର୍ଣ୍ଣାଟକର ରାଜସ୍ବ ମନ୍ତ୍ରୀ ସନ୍ତୋଷ ଲାଡ। ମନ୍ତ୍ରୀ ଶ୍ରୀ  ଲାଡ଼ ଭଦ୍ରକରେ ପହଞ୍ଚିବା ପରେ ମେଡ଼ିକାଲରେ  ସିଡିଏମଓ ସନ୍ତୋଷ ପାତ୍ର ଓ ଭଦ୍ରକ ବିଧାୟକ  ସଞ୍ଜୀବ ମଲ୍ଲିକଙ୍କ ସହ  ଆଲୋଚନା କରିଛନ୍ତି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe