କର୍ଣ୍ଣାଟକରେ ନିଷିଦ୍ଧ ହେଲା ହୁକ୍କା ବାର୍‌; ୨୧ ବର୍ଷରୁ କମ୍‌ ଯୁବକଙ୍କୁ ସିଗାରେଟ୍‌ ବିକ୍ରି ଉପରେ କଟକଣା

Advertisment
କର୍ଣ୍ଣାଟକରେ ନିଷିଦ୍ଧ ହେଲା ହୁକ୍କା ବାର୍‌; ୨୧ ବର୍ଷରୁ କମ୍‌ ଯୁବକଙ୍କୁ ସିଗାରେଟ୍‌ ବିକ୍ରି ଉପରେ କଟକଣା

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ବୁଧବାର ରାଜ୍ୟବ୍ୟାପୀ ହୁକ୍କା ବାର୍‌କୁ ନିଷିଦ୍ଧ କରିବା ପାଇଁ ରାଜ୍ୟ ବିଧାନସଭାରେ ଏକ ବିଲ୍‌ ପାରିତ କରିଛନ୍ତି।

ବିଧାନସଭାରେ ପାରିତ ହୋଇଥିବା ବିଲରେ ନିଷେଧାଦେଶ ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଏକରୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି।

କର୍ଣ୍ଣାଟକ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ନାଗରିକମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ତମାଖୁ ଜନିତ ରୋଗର ପ୍ରବାହକୁ ରୋକିବା ପାଇଁ ପ୍ରଚଳିତ ସିଗାରେଟ୍‌ ଏବଂ ଅନ୍ୟ ତମାଖୁ ଉତ୍ପାଦ ଆଇନ (କୋଟପା)ରେ ସଂଶୋଧନ କରିବା ପରେ ଏହି ନିଷେଧାଦେଶ ଜାରି କରାଯାଇଛି।

ଏହାବ୍ୟତୀତ ୨୧ ବର୍ଷରୁ କମ୍‌ ବୟସର ଲୋକଙ୍କୁ ସିଗାରେଟ୍‌ ଓ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ବିକ୍ରି ଉପରେ ମଧ୍ୟ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି।

ସଂଶୋଧିତ ବିଲ୍‌ରେ ସର୍ବସାଧାରଣ ସ୍ଥାନରେ ତମାଖୁ ଦ୍ରବ୍ୟର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯିବା ସହ ଧୂଆଁମୁକ୍ତ ପରିବେଶ ସୃଷ୍ଟି ପାଇଁ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe