Image Courtesy of India Today
ବେଙ୍ଗାଲୁରୁ: କର୍ଣ୍ଣାଟକରେ ‘ସେକ୍ସ୍-ଫର୍-ଜବ୍ ସିଡି’ କେଳେଙ୍କାରିରେ ସମ୍ପୃକ୍ତ ଜଣେ ଝିଅର ପିତାମାତା ଦାବି କରିଛନ୍ତି ଯେ, ଝିଅକୁ ଅପହରଣ କରାଯାଇଛି ଏବଂ ତା’ର ଜୀବନ ବିପଦଗ୍ରସ୍ତ ହୋଇଛି।
ଏ ସଂକ୍ରାନ୍ତରେ ସେମାନେ ମଙ୍ଗଳବାର ରାତିରେ ବେଲଗାବିର ‘ଏପିଏମ୍ସି’ ଥାନାରେ ଅଭିଯୋଗ ଦାଏର କରିଛନ୍ତି। ଝିଅର ପିତାଙ୍କ ଅଭିଯୋଗ ଆଧାରରେ ପୁଲିସ ‘ଆଇପିସିି’ର ଧାରା ୩୬୩, ୩୬୮, ୩୪୩, ୩୪୬, ୩୪୫ ଏବଂ ୫୦୬ରେ ମାମଲା ରୁଜୁ କରିଛି। କର୍ଣ୍ଣାଟକର ଜଣେ ମନ୍ତ୍ରୀଙ୍କ ସହ ଝିଅଟି ଆପତ୍ତିଜନକ ଅବସ୍ଥାରେ ଥିବା ଦୃଶ୍ୟର ଏକ ଭିଡିଓ ଟିଭିରେ ପ୍ରସାରିତ ହୋଇଥିଲା।
ଝିଅଟିର ପିତାମାତା ମଧ୍ୟ ଏକ ଭିଡିଓ ବାର୍ତ୍ତା ରିଲିଜ୍ କରି କହିଛନ୍ତି ଯେ, ଝିଅର ଜୀବନ ପ୍ରତି ବିପଦ ରହିଛି। ଝିଅ ଏବେ କେଉଁଠି ଅଛି ସେମାନେ ଜାଣିପାରୁ ନାହାନ୍ତି।
ଝିଅର ବାପା ବେଲାଗାବିର ଏକ ଘରୋଇ ଫାର୍ମରେ କାମ କରନ୍ତି ଏବଂ ‘ଏପିଏମ୍ସି’ ଥାନା ଅନ୍ତର୍ଗତ କୁବେମ୍ପୁ ନଗରରେ ରହନ୍ତି। ଝିଅ ସହ ହୋଇଥିବା କଥାବାର୍ତ୍ତାକୁ ସ୍ମରଣ କରି ମାଆ କହିନ୍ତି, ଟିଭିରେ ପ୍ରସାରଣ ହେଉଥିବା ଏକ ଭିଡିଓରେ ଥିବା ଝିଅଟି ତା’ରି ଭଳି ଦିଶୁଛି ବୋଲି କହିବାକୁ ମୁଁ ତା’ ପାଖକୁ ଫୋନ୍ କରିଥିଲି। ସେ କହିଲା- ମୁଁ ସେ କଥା ଜାଣେନି। ମୁଁ ସେ ଝିଅ ନୁହେଁ। ମୁଁ କୌଣସି ବାଜେ କାମ କରିନାହିଁ। ତା’ପରେ ମୁଁ ତାକୁ କହିଲି, ଯଦି କିଛି ବାଜେ କାମ କରିନାହୁଁ, ଘରକୁ ଚାଲି ଆସ। ସେ କହିଲା- ମୁଁ ଯିବିନାହିଁ।
Image Courtesy of AajTakସେ ନିଶ୍ଚୟ ବିପଦରେ ପଡ଼ିଛି ବୋଲି ଏ କଥା ଶୁଣିବା ପରେ ତାଙ୍କ ମାଆ କହୁଛନ୍ତି।
ତାଙ୍କ ମାଆ ଆହୁରି ମଧ୍ୟ କହିଛନ୍ତି ଯେ, ପରେ ଝିଅ ମେସେଜ୍ ଦେଇ ସୁରକ୍ଷିତ ଅଛି ବୋଲି କହିବା ସହ ତା’ ସହ ଯୋଗାଯୋଗ ନ କରିବାକୁ କହିଲା। ଏବେ ତା’ର ଫୋନ୍ ବନ୍ଦ ଅଛି। ଏହାପରେ ପୁଣି ଆମେ ଟିଭିରେ ଆଉ ଗୋଟିଏ ଭିଡିଓ ଦେଖିଲୁ। ସେଥିରେ ଝିଅ କହୁଥିଲା ସେ ଜୀବନ ହାରିବ। ଏ ସଂକ୍ରାନ୍ତରେ ଆମେ ବେଲ୍ଗାଉମ୍ରେ ନିରୁଦ୍ଦିଷ୍ଟ ଅଭିଯୋଗ ଦାଏର କରିଛୁ।
ଗତ ସପ୍ତାହରେ ସମ୍ପୃକ୍ତ ଝିଅ ସରକାରଙ୍କ ଠାରୁ ସୁରକ୍ଷା ଲୋଡ଼ି ଏକ ଭିଡିଓ ବିବୃତି ଦେଇଥିଲେ। ରାଜ୍ୟ ସରକାରଙ୍କୁ ନିବେଦନ କରି ସେ କହିଥିଲେ, ମୁଁ ସୁରକ୍ଷିତ ନୁହେଁ। ମୋତେ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରୁଛି। ଭିଡିଓ ସାର୍ବଜନୀନ ହେବା ପରେ ମୁଁ ଇଜ୍ଜତ୍ ହରାଇଛି। ମୋ କଥା ପଚାରିବାକୁ ଲୋକେ ଆମ ଘରକୁ ଯାଉଛନ୍ତି। ମୋର ବାପାମାଆ ଦୁଇଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ମୁଁ ମଧ୍ୟ ଜୀବନ ହାରିବାକୁ ତିନି ଚାରି ଥର ଉଦ୍ୟମ କରିଛି।
Follow Us