ବିଧାନସଭା କାର୍ଯ୍ୟବାହୀର ସିଧାପ୍ରସାରଣ ଉପରେ କଟକଣା ଲଗାଇଲେ କର୍ଣ୍ଣାଟକ ବାଚସ୍ପତି, ଗଣମାଧ୍ୟମ ପ୍ରତିନିଧିଙ୍କୁ ପରେ ଦିଆଯିବ ଭିଡିଓ

Advertisment
ବିଧାନସଭା କାର୍ଯ୍ୟବାହୀର ସିଧାପ୍ରସାରଣ ଉପରେ କଟକଣା ଲଗାଇଲେ କର୍ଣ୍ଣାଟକ ବାଚସ୍ପତି, ଗଣମାଧ୍ୟମ ପ୍ରତିନିଧିଙ୍କୁ ପରେ ଦିଆଯିବ ଭିଡିଓ

(Photo Credits: PTI)

ବେଙ୍ଗାଲୁର: ବିଧାନସଭା କାର୍ଯ୍ୟବାହୀର ସିଧାପ୍ରସାରଣ ଉପରେ କଟକଣା ଲଗାଇଛନ୍ତି କର୍ଣ୍ଣାଟକ ବିଧାନସଭା ବାଚସ୍ପତି ବିଶେଶ୍ୱର ହେଗ୍‌ଡେ କାଗେରି। ବିଧାନସଭାରେ ସିଧାପ୍ରସାରଣ ନକରିବାକୁ ସେ ଟିଭି ଚ୍ୟାନେଲ୍‌ଗୁଡ଼ିକୁ ଆଗରୁ ସୂଚୀତ କରାଇଛନ୍ତି। ବାଚସ୍ପତି ହେଗ୍‌ଡେ ବିଧାନସଭା ଗୃହର ମିଡିଆ ଗ୍ୟାଲେରିକୁ କ୍ୟାମେରାମ୍ୟାନ୍‌ଙ୍କ ଯିବାକୁ ନେଇ ବ୍ୟାନ୍‌ ଲଗାଇଛନ୍ତି। ବିଧାନସଭା କାର୍ଯ୍ୟବାହୀର ଭିଡିଓ ପରବର୍ତ୍ତୀ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ତେବେ, ସେ କ’ଣ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ତାହା ଏଯାବତ୍‌ ଜଣାପଡ଼ି ନାହିଁ।

ଉଲ୍ଲେଖଯୋଗ୍ୟ, ଗତ ଦୁଇ ବର୍ଷ ମଧ୍ୟରେ କର୍ଣ୍ଣାଟକ ବିଧାନସଭାରେ ଗୁଡ଼ାଏ ବେନିୟମ କାର୍ଯ୍ୟ ହେଉଥିବାର ଦେଖିବାକୁ ମିଳିଛି। ଗୃହରେ ତିକ୍ତ ଭାଷଣରୁ ନେଇ ଆସ୍ଥା ଭୋଟ୍‌ ସମୟରେ କିପରି ମୁଖମନ୍ତ୍ରୀ ଭରସା ହାରି ଥିଲେ ତାହା ସବୁ ଟିଭିରେ ସିଧା ପ୍ରସାରଣ ହୋଇଥିଲା। ତେବେ, ଏଣିକି ଗୃହର ସମସ୍ତ ଗୋପନ କଥାକୁ ଏପରି ସିଧାସଳଖ ସର୍ବସାଧାରଣଙ୍କ ସମ୍ମୁଖରେ ନଆଣିବାକୁ ବାଚସ୍ପତି ଏପରି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe