କର୍ଣ୍ଣାଟକ: କୃଷକଙ୍କ ୧୨୦୦ ଏକର ଜମି ଉପରେ ଓ୍ବାକଫ ବୋର୍ଡର ଦାବି

କର୍ଣ୍ଣାଟକର ବିଜୟପୁରାରେ କୃଷକଙ୍କ ୧୨୦୦ ଏକର ଜମି ଉପରେ ନିଜର ମାଲିକାନା ଦାବି କରିଛି ଓ୍ଵାକଫ୍ ବୋର୍ଡ। ଓ୍ଵାକଫ୍ ବୋର୍ଡ ମଧ୍ୟ ସଂପୃକ୍ତ କୃଷକମାନଙ୍କୁ ନୋଟିସ୍ ଜାରି କରିଛି। ସେପଟେ ୱାକଫ ବୋର୍ଡର ଏହି ନୋଟିସ ପରେ ରାଜନୀତି ଆରମ୍ଭ ହୋଇଯାଇଛି ।

ଅଦ୍ୟତନ ହୋଇଛି
waqf

ବିଜୟପୁରା: କର୍ଣ୍ଣାଟକର ବିଜୟପୁରାରେ କୃଷକଙ୍କ ୧୨୦୦ ଏକର ଜମି ଉପରେ ନିଜର ମାଲିକାନା ଦାବି କରିଛି ଓ୍ଵାକଫ୍ ବୋର୍ଡ। ଓ୍ଵାକଫ୍ ବୋର୍ଡ ମଧ୍ୟ ସଂପୃକ୍ତ କୃଷକମାନଙ୍କୁ ନୋଟିସ୍ ଜାରି କରିଛି। ସେପଟେ ୱାକଫ ବୋର୍ଡର ଏହି ନୋଟିସ ପରେ ରାଜନୀତି ଆରମ୍ଭ ହୋଇଯାଇଛି ।

ସୂଚନା ଅନୁସାରେ କର୍ଣ୍ଣାଟକର ବିଜୟପୁରା ଜିଲ୍ଲାର ହୋନୱାଡା ଗାଁରେ ୧୨୦୦ ଏକର ଜମି ଉପରେ ଶାହା ଅମିନୁଦ୍ଦିନ ଦରଘା ନିଜର ଅଧିକାର ଦାବି କରିଛି। ଏହାପରେ ସ୍ଥାନୀୟ ତହସିଲଦାର ଜମି ମାଲିକ ଚାଷୀଙ୍କୁ ନୋଟିସ ପଠାଇ ଜବାବ ମାଗିଛନ୍ତି। ଟିକୋଟା ତାଲୁକାର ହୋନୱାଡା ଗ୍ରାମର କୃଷକମାନେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏମବି ପାଟିଲଙ୍କ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି।

କର୍ଣ୍ଣାଟକର ବିଜୟପୁରା ଜିଲ୍ଲାର ହୋନୱାଡା ଗାଁରେ ୧୨୦୦ ଏକର ଜମି ଉପରେ ଶାହା ଅମିନୁଦ୍ଦିନ ଦରଘା ନିଜର ଅଧିକାର ଦାବି କରିଛି। ଏହାପରେ ସ୍ଥାନୀୟ ତହସିଲଦାର ଜମି ମାଲିକ ଚାଷୀଙ୍କୁ ନୋଟିସ ପଠାଇ ଜବାବ ମାଗିଛନ୍ତି। ଟିକୋଟା ତାଲୁକାର ହୋନୱାଡା ଗ୍ରାମର କୃଷକମାନେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏମବି ପାଟିଲଙ୍କ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି।

 କୃଷକମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଜମିକୁ ଓ୍ବାକଫ ସଂପତ୍ତି ଭାବେ ଦର୍ଶାଇବା ପଛରେ କେତେକ ସରକାରୀ ଅଧିକାରୀ ସଂପୃକ୍ତ ରହିଛନ୍ତି । ତହସିଲଦାରଙ୍କ ନୋଟିସରେ ପୁରୁଣା ସରକାରୀ ରେକର୍ଡ ଦର୍ଶାଇ ଜମିକୁ ଓ୍ଵାକଫ୍ ବୋର୍ଡର ବୋଲି ଉଲ୍ଲେଖ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। କୃଷକଙ୍କ କହିବା ଅନୁସାରେ, ରାଜ୍ୟ ଗୃହ ନିର୍ମାଣ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମନ୍ତ୍ରୀ ଜମିର ଅହମ୍ମଦ ଖାଁ ଚଳିତ ମାସ ପ୍ରାରମ୍ଭରେ ଓ୍ଵାକଫ୍ ଅଧିକାରୀଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଓ୍ଵାକଫ୍ ଜମି ଉପରେ 'ଜବରଦଖଲ' ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ପରେ କର୍ତ୍ତୃପକ୍ଷ ବେଆଇନ ଜବରଦଖଲ ହଟାଇବାକୁ ଚେଷ୍ଟା କରିଥିଲେ ଏବଂ ଏହି ନୋଟିସ୍ ଏହାର ଏକ ଅଂଶ ଥିଲା। ଏହି ଘଟଣାକୁ ନେଇ ପୁଣି ଥରେ ଓ୍ବାକଫ ଆଇନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe