ପଦ୍ମାବତ୍‌ ରିଲିଜ୍‌କୁ ବିରୋଧ ଜାରି: ଜାନୁଆରି ୨୫ରେ ଭାରତ ବନ୍ଦ ଡାକରା ଦେଲା କର୍ଣ୍ଣି ସେନା

ସିବିଏଫ୍‌ସି ପ୍ରମାଣପତ୍ର ରଦ୍ଦ ଆବେଦନ ଖାରଜ

ନୂଆଦିଲ୍ଲୀ: ସଂଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପଦ୍ମାବତୀ’ ନାମ ପରିବର୍ତ୍ତିତ ହୋଇ ‘ପଦ୍ମାବତ୍‌’ ହେବା ପରେ ଜାନୁଆରି ୨୫ ତାରିଖରେ ମୁକ୍ତିଲାଭ କରିବ ବୋଲି ସୂଚନା ରହିଛି। ମାତ୍ର ବାସ୍ତବରେ ଚଳଚ୍ଚିତ୍ରଟି ପରଦାକୁ ନିର୍ଦ୍ଧାରିତ ତାରିଖରେ ଆସିପାରିବ କି ନାହିଁ ତାହା ଏବେ ପ୍ରଶ୍ନବାଚୀ ପାଲଟିଛି। ନିକଟରେ ସୁପ୍ରିମ୍‌କୋର୍ଟ ଚଳଚ୍ଚିତ୍ରଟିର ରିଲିଜ୍‌ ନେଇ ସବୁଜ ସୂଚନା ଦେବା ପରେ ବି ଚଳଚ୍ଚିତ୍ରକୁ ବିରୋଧ କରୁଥିବା ରାଜସ୍ଥାନର କର୍ଣ୍ଣି ସେନା ତା’ର ଜିଦ୍‌ରେ ଅଟଳ ରହିଛି। ଜାନୁଆରି ୨୫ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି କର୍ଣ୍ଣି ସେନା।

ଚଳଚ୍ଚିତ୍ରଟି ରାଜସ୍ଥାନୀ ରାଜ ପରିବାରର ଐତିହ୍ୟ କ୍ଷୁର୍ଣ୍ଣ କରିଛି ବୋଲି  କର୍ଣ୍ଣି ସେନା ଦାବି କରିବା ପରେ ବହୁ ବାଦବିବାଦ ସୃଷ୍ଟି ହୋଇଥିଲା। ଚଳଚ୍ଚିତ୍ରଟିକୁ ନେଇ ନିର୍ମାତା ଅନେକ ସଫେଇ ଦେବା ସହ ବହୁ ତର୍କ ବିତର୍କ ହେବା ପରେ ବି କର୍ଣ୍ଣି ସେନା ନିଜର ଜିଦ୍‌ ଛାଡ଼ିବାକୁ ଅରାଜି। ଏପରିକି ଚଳଚ୍ଚିତ୍ରରେ କିଛିଟା ପରିବର୍ତ୍ତନ ଘଟାଇବା ପରେ ପରଦାକୁ ଛାଡ଼ିବାକୁ ସିବିଏଫ୍‌ସି ଘୋଷଣା କରିବା କଥାକୁ କର୍ଣ୍ଣି ସେନା ତିଳେ ବି ଖାତିର କରିନାହିଁ। ନିର୍ଦ୍ଧାରିତ ତାରିଖରେ ଯଦି ଚଳଚ୍ଚିତ୍ର ରିଲିଜ୍‌ ହୁଏ ତେବେ ସେଦିନ ସେନା ପକ୍ଷରୁ ଭାରତ ବନ୍ଦ ଡାକରା ହେବ ବୋଲି ଘୋଷଣା ହୋଇଛି।

publive-image photo-deccanherald

କର୍ଣ୍ଣି ସେନାର ଏପରି ଘୋଷଣା ଶୁଣିବା ପରେ ଏବେ ସିନେମା ହଲ୍‌ ମାଲିକଙ୍କ ଚିନ୍ତା ବଢ଼ିଛି। ସିନେମା ପ୍ରଦର୍ଶନ କଲେ କୌଣସି ପ୍ରକାର କ୍ଷୟକ୍ଷତି ସହିବାକୁ ପଡ଼ିପାରେ ବୋଲି ଚିନ୍ତା କରି ହଲ୍‌ରେ ସିନେମା ପ୍ରଦର୍ଶିତ ହେବ କି ନାହିଁ ତାହା ସ୍ଥିର କରିପାରୁନାହାନ୍ତି ସିନେମା ମାଲିକ। ତେବେ, ବାସ୍ତବରେ ଆସନ୍ତା ୨୫ରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ କି ନାହିଁ ତାହା ଦେଖିବା ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe