ଗୁରୁଗ୍ରାମ: ଆକ୍ରମଣ ଅଭିଯୋଗରେ ଗିରଫ କର୍ଣ୍ଣିସେନାର ସାଧାରଣ ସମ୍ପାଦକଙ୍କୁ ଜାମିନ

Advertisment
ଗୁରୁଗ୍ରାମ: ଆକ୍ରମଣ ଅଭିଯୋଗରେ ଗିରଫ କର୍ଣ୍ଣିସେନାର ସାଧାରଣ ସମ୍ପାଦକଙ୍କୁ ଜାମିନ

ଗୁରୁଗ୍ରାମ: ସଞ୍ଜୟ ଲୀଳା ଭଂସାଳୀ ନିର୍ମିତ ଫିଲ୍ମ ‘ପଦ୍ମାବତ୍‌’ ବିରୋଧରେ ସଂଘଟିତ ହିଂସା ସହିତ ଜଡ଼ିତ କର୍ଣ୍ଣିସେନାର ସାଧାରଣ ସମ୍ପାଦକ ସୂରଜପାଲ ଅମୁଙ୍କୁ ମଙ୍ଗଳବାର ଜାମିନ ମିଳିଛି। ଅମୁଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୧୦୭ ଓ ୧୫୧ ବଳରେ ମାମଲା ରୁଜୁ କରି ଗିରଫ କରାଯାଇଥିଲା। ଗିରଫ ପରେ ଅମୁଙ୍କୁ ରୋହତକସ୍ଥିତ ପିଜିଆଇ ହସ୍ପିଟାଲରେ ଚିକିତ୍ସା ପରେ ଭୋଣ୍ଡସି ଜେଲ ଅଣାଯାଇଥିଲା।

publive-image

ଇତିହାସକୁ ବ୍ୟତିକ୍ରମ କରି ଫିଲ୍ମ ‘ପଦ୍ମାବତ୍‌’ ନିର୍ମାଣ କରାଯାଇଛି ବୋଲି କର୍ଣ୍ଣିସେନା ଅଭିଯୋଗ ଆଣିଥିଲା। ଫିଲ୍ମକୁ ବିରୋଧ କରି ଗତ ସପ୍ତାହରେ ଗୁରୁଗ୍ରାମରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ଭୋଣ୍ଡସିରେ କର୍ଣ୍ଣିସେନା କାର୍ଯ୍ୟକର୍ତ୍ତାମାନେ ଉତ୍ତେଜିତ ଭାଷଣ ଦେବା ଅଭିଯୋଗରେ ପୁଲିସ କିଛି ଲୋକଙ୍କୁ ଅଟକ ରଖିଥିଲା। ଗୁରୁଗ୍ରାମରେ କର୍ଣ୍ଣିସେନା ଦ୍ୱାରା ବ୍ୟାପିଥିବା ହିଂସା ଉଗ୍ର ରୂପ ନେଇଥିଲା। ସେନାର କିଛି ସଦସ୍ୟ ପିଲାଙ୍କୁ ନେଇ ଯାଉଥବା ସ୍କୁଲବସ୍‌ରେ ନିଆଁ ଲଗାଇଥିଲେ ଓ ଭଙ୍ଗାରୁଜା କରିଥିଲେ। ଗୁରୁଗ୍ରାମ ହିଂସାର ଯାଞ୍ଚ ପାଇଁ ଏସ୍‌ଆଇଟି ଗଠନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe