ସଫଳ ହେଉଛି କରୋନା ରଣନୀତି, ୧୨ ଘଣ୍ଟାରେ ୬୨୮ ନୂଆ ମାମଲା

Advertisment

୧୭୪୯ ଜଣ ସୁସ୍ଥ ହୋଇ ଫେରିଛନ୍ତି, ୧୩୮୩୫ ଆକ୍ରାନ୍ତ, ୪୫୨ ମୃତ

୧୭୪୯ ଜଣ ସୁସ୍ଥ ହୋଇ ଫେରିଛନ୍ତି, ୧୩୮୩୫ ଆକ୍ରାନ୍ତ, ୪୫୨ ମୃତ

କେରଳରୁ ମେଘାଳୟ, ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପିଲାଣି କରୋନା

The Hindu

ନୂଆଦିଲ୍ଲୀ: ଦେଶରେ ଲକ୍‌ଡାଉନ୍‌ କଟକଣା ଏବଂ ସାମାଜିକ ଦୂରତ୍ବ ଯୋଗୁଁ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ବିଗତ ୧୨ ଘଣ୍ଟା ମଧ୍ୟରେ କରୋନା ଭାଇରସ୍‌ରେ ଦେଶବ୍ୟାପୀ ୬୨୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଜାରି ହୋଇଥିବା ନୂଆ ତଥ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ସ୍ପଷ୍ଟ ହୋଇଛି। ଆଜି ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୮୩୫ରେ ପହଞ୍ଚିଛି । ଏଥିରୁ ୧୧,୬୧୬ଟି ସକ୍ରିୟ ମାମଲା ଥିବା ବେଳେ ୪୫୨ ଜଣ ଏହି ବୈଶ୍ବିକ ମହାମାରୀରେ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ୧୭୬୭ ଜଣ ଆକ୍ରାନ୍ତ ସଂକ୍ରମଣମୁକ୍ତ ହୋଇ ହସ୍ପିଟାଲଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେରଳ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଥିଲା, ସେଥିରେ ଏବେ ଲଗାମ ଲାଗିଛି। କରୋନା ଭାଇରସ୍‌ରେ ସର୍ବାଧିକ ୧୯୪ ଜଣଙ୍କ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟ ୩୬୯୯ରେ ପହଞ୍ଚିଥିବା ବେଳେ ୩ ଶହ ଲୋକ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ କରୋନାରେ ଏ ପର୍ଯ୍ୟନ୍ତ ୧୭୨୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୬୪୦ଟି ମାମଲା ସକ୍ରିୟ ରହିଚି। ଏଠାରେ ୩୮ ଜଣଙ୍କ ମୃତ୍ୟୁୁ ହୋଇଛି। ତାମିଲନାଡ଼ୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୨ରେ ପହଞ୍ଚିଛି। ଏଥିରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୦ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୩ ବେଳେ ଏଥିରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୪୫ ଜଣ ସୁସ୍ଥ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶରେ ୫୬୮ ମାମଲାରୁ ୨୦ ଜଣ ସୁସ୍ଥ ହୋଇଥିବା ବେଳେ ୧୪ ଜଣଙ୍କ ମୃତ୍ୟୁ ହୋଇଛି।

ବିହାରରେ କରୋନା ଭାଇରସ୍‌ରେ ୧୧୮ ମାମଲା ସାମ୍ନାକୁ ଆସିଥିବା ବେଳେ ଏଠାରେ ଜଣଙ୍କର ମୃତ୍ୟୁ ହୋଇଛି। ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୯ରେ ପହଞ୍ଚିଛି। ସେଥିରୁ ୩୬ ଜଣଙ୍କ ମୃତ୍ୟୁ ହୋଇଥବା ବେଳେ ୭୩ ଜଣ ସୁସ୍ଥ ହୋଇଛନ୍ତି। କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୦ ରହିଥିବା ବେଳେ ଏଥିରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୮୨ ଜଣ ସୁସ୍ଥ ହୋଇଛନ୍ତି। ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୭ରେ ପହଞ୍ଚିଛି। ଏଠାରେ ମୋଟ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ୬୪ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe