କର୍ତାରପୁର କରିଡର ମାମଲାରେ ମୁହଁ ମୋଡୁଛି ପାକ; ପ୍ରବେଶ ଲାଗି ଲାଗିବ କଟକଣା!

Advertisment
କର୍ତାରପୁର କରିଡର ମାମଲାରେ ମୁହଁ ମୋଡୁଛି ପାକ; ପ୍ରବେଶ ଲାଗି ଲାଗିବ କଟକଣା!

ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣ  ଓ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌  ଭାରତ-ପାକ ସଂପର୍କରେ ତିକ୍ତତା ଆସିଛି। ଏହାର ପ୍ରଭାବ  ଭାରତର ଡେରା ବାବା ନାନକ ଗୁରୁଦ୍ୱାରଠାରୁ ପାକିସ୍ତାନର ଗୁରୁଦ୍ୱାର ଦରବାର ସାହିବକୁ ସଂଯୋଗ କରିଥିବା କର୍ତାରପୁର କରିଡର ଉପରେ ପଡ଼ିଛି। ପାକିସ୍ତାନ ପକ୍ଷରୁ ଶିଖ୍‌ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକଙ୍କ ୫୫୦ ତମ  ଜନ୍ମ ବାର୍ଷିକୀ ଅବସରରେ ଏହି ଦୁଇ ଐତିହାସିକ ଗୁରୁଦ୍ୱାରାକୁ ସଂଯୋଗ ପଥ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଘୋଷଣା କରିଥିଲେ।

ଆଜି କର୍ତାରପୁର କରିଡର ଖୋଲାଯିବା ପ୍ରସଙ୍ଗକୁ ନେଇ ଓ୍ଵାଘା ସୀମାରେ ଭାରତ ଓ ପାକିସ୍ତାନର ଅଧିକାରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପାକିସ୍ତାନ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି ନେଇ ପ୍ରସ୍ତାବ ରଖାଯାଇଛି। ପାକିସ୍ତାନ ପକ୍ଷରୁ ଶିଖ୍‌ ଧର୍ମାବଲମ୍ବୀଙ୍କୁ ଶୁଳ୍କ ମୁକ୍ତ ଯାତ୍ରା ଲାଗି ସୁଯୋଗ  ଦିଆଯିବ ନାହିଁ। ନିର୍ଦ୍ଧାରିତ ଶୁଳ୍କ ଦେଖି ପାକିସ୍ତାନକୁ ପ୍ରବେଶ କରିବେ ଯାତ୍ରୀ। ଏଥି ସହ ଗୋଟିଏ  ଦିନର ନିର୍ଦ୍ଧାରିତ ଦିନ ହିଁ କରିଡର ଖୋଲା ରହିବ ବୋଲି ପାକ ପ୍ରତିନିଧି ପ୍ରସ୍ତାବ ରଖିଛନ୍ତି। ପାକିସ୍ତାନର ଏଭଳି ପ୍ରସ୍ତାବରେ ଭାରତୀୟ ଅଧିକାରୀମାନେ ବିସ୍ମିତ ହୋଇଛନ୍ତି।

ପ୍ରକୃତପକ୍ଷେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଯେଉଁଭଳି ଭାବେ ଘୋଷଣା କରୁଥିଲେ,ବର୍ତ୍ତମାନ ପାକ୍‌ କର୍ତ୍ତୃପକ୍ଷ ଯେଉଁ ପ୍ରସ୍ତାବ ରଖିଛନ୍ତି ତାହା ପାକିସ୍ତାନର ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe