ନୂଆଦିଲ୍ଲୀ: କରତାରପୁର କରିଡରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଏକ ବଡ଼ ବିବାଦର ଆଜି ସମାଧାନ ହୋଇଛି। ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ ଭାରତର ୮୦ ପ୍ରତିଶତ ପ୍ରସ୍ତାବକୁ ପାକିସ୍ତାନ ଗ୍ରହଣ କରିଛି। ବର୍ଷ ତମାମ କରତାରପୁର ଯିବା ପାଇଁ ଭାରତୀୟ ଶିଖ୍ଙ୍କୁ ଭିସାମୁକ୍ତ ଯାତାୟତ ନିମନ୍ତେ ଅନୁମତି ଦେବାକୁ ଭାରତର ଦାବିକୁ ପାକିସ୍ତାନ ଗ୍ରହଣ କରିଥିବା ଜଣାପଡ଼ିଛି । ଆଜି ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ୱାଘା ସୀମାରେ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଭାରତର ପ୍ରମୁଖ ଦାବିଗୁଡ଼ିକୁ ପାକିସ୍ତାନ ଗ୍ରହଣ କରିଥିବାରୁ ଏବେ କରିଡର କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ। ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ଏହି କରିଡର ବ୍ୟବହାର ହେବ। ୮୦ ପ୍ରତିଶତ ପ୍ରସ୍ତାବ ନେଇ ଉଭୟ ଦେଶ ସହମତି ପ୍ରକାଶ କରିଥିବାରୁ ଅନ୍ୟ ୨୦ ପ୍ରତିଶତ ପ୍ରସ୍ତାବ ମଧ୍ୟ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହୋଇପାରିବ ବୋଲି କୁହାଯାଇଛି । ପ୍ରତିଦିନ ଭାରତରୁ ୫ ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ସୁଯୋଗ ଦେବାକୁ ଭାରତ ଦାବି କରିଥିବା ବେଳେ ସ୍ବତନ୍ତ୍ର ଉତ୍ସବ ସମୟରେ ଏହି ସଂଖ୍ୟା ୧୦ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us