କାର୍ତ୍ତିକଙ୍କ ମାମୁଁ ଓ ମାଇଁଙ୍କ ଉପରେ ବିଜ୍ଞାପନ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ହେଲା ମୃତ୍ୟୁ

Advertisment
କାର୍ତ୍ତିକଙ୍କ ମାମୁଁ ଓ ମାଇଁଙ୍କ ଉପରେ ବିଜ୍ଞାପନ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ହେଲା ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ ମଇ ୧୩ ତାରିଖ ଦିନ ବିଜ୍ଞାପନ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୪ଜଣ ଆହତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାସ୍ଥଳରେ ସର୍ଚ୍ଚ ଓ ଉଦ୍ଧାର କ‌ାର୍ଯ୍ୟ ଏବେ ବି ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ଏହି  ଘଟଣାରେ ମୁମ୍ବାଇ ପୁଲିସ୍‌ ଇଗୋ ମିଡିଆ ପ୍ରାଇଭେଟ ଲିଃର ମାଲିକ ଭାବେଶ ଭିଣ୍ଡେଙ୍କୁ ରାଜସ୍ଥାନର ଉଦୟପୁରର ଏକ  ହୋଟେଲରୁ ଗିରଫ କରିଛି।

ଦୁଃଖର ବିଷୟ ଏହି ଘଟଣାରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯନ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ହରାଇ ଦେଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା କାର୍ତ୍ତିକଙ୍କ ମାମୁଁଙ୍କ ନାମ ମନୋଜ ଚନସୋରିୟା ଥିବା ବେଳେ ମାଇଁଙ୍କ ନାମ ଅନିତା ରହିଛି।

ଅଭିନେତାଙ୍କ ମାମୁଁ ମନୋଜ ଏୟାର ଟ୍ରାଫିକ କ‌ଣ୍ଟ୍ରୋଲର ଜେନେରାଲ ମ୍ୟାନେଜର ଭାବେ କାମ କରି ଅବସର ନେଇଥିଲେ। ହଠାତ ମନୋଜ ଓ ଅନିତାଙ୍କ ଏଭଳି ମୃତ୍ୟୁ ପରେ କାର୍ତ୍ତିକଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।  ଗତ ଗୁରୁବାର ମାମୁଁ ଓ ମାଇଁଙ୍କ ଅନ୍ତିମ ସଂସ୍କାରେ ସାମିଲ ହୋଇ ଶେଷ ଦର୍ଶନ କରିବା ପରେ କାର୍ତ୍ତିକ ଭାବିବହ୍ବଳ ହୋଇପଡ଼ିଥିଲେ।

ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି କି ଗିରଫ ଭାବେଶଙ୍କ ନାମରେ ଦୁଷ୍କର୍ମ ସମେତ ୨୩ଟି ମାମଲା ରୁଜୁ ହୋଇଛି। ଭାବେଶଙ୍କ ପ୍ରଥମ କମ୍ପାନି ଗୁଜୁ ଆଡକୁ ନଗରପାଳିକା ବ୍ଲାକ ଲିଷ୍ଟ କରି ଦେଇଥିଲେ। ଏହାପରେ ସେ ଇଗୋ ମିଡିଆ ନାମକ କମ୍ପାନି ସ୍ଥାପନ କରି ବେଆଇନ ଭାବେ ବଡ଼ ବଡ଼ ହୋର୍ଡିଂ ଲଗାଉଥିଲେ। ଭୁଶୁଡ଼ି ପଡ଼ିଥିବା ହୋର୍ଡିଂ ବି ବେଆଇନ ତାଲିକାରେ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe