ଭୋଟର ଅଧିକାର ଯାତ୍ରା ସମୟରେ ରାହୁଲଙ୍କୁ ରାସ୍ତାରେ ଅଟକାଇ ଦେଲେ ବୃଦ୍ଧ

ସିଧି ଜିଲ୍ଲାର ବାସିନ୍ଦା କରୁଣା ପ୍ରସାଦ ମିଶ୍ର ଗଣମାଧ୍ୟମ ସହିତ କଥା ହୋଇ କହିଛନ୍ତି, ‘ମୋର ନାମ କରୁଣା ପ୍ରସାଦ ମିଶ୍ର। ମୁଁ ମଧ୍ୟପ୍ରଦେଶର ସିଧି ଜିଲ୍ଲାର ଚୁରହାଟ ବିଧାନସଭାର ଭୋଟର। ମୋର ରାହୁଲ ଗାନ୍ଧୀଙ୍କ ସହ ପୁରୁଣା ସମ୍ପର୍କ ଅଛି।

acf60ca2-e53c-4c5d-b797-157129916951

ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାରଠାରୁ ବିହାରରେ ଭୋଟର ଅଧିକାର ଯାତ୍ରା ଆରମ୍ଭ କରିଛନ୍ତି। 

ଭୋଟର ଅଧିକାର ଯାତ୍ରା ପାଇଁ ଦିଲ୍ଲୀ ବାସଭବନରୁ ପାଟନା ଅଭିମୁଖେ ବାହାରିବା ସମୟରେ ଜଣେ ଦୃଢ଼ ସମର୍ଥକ ରାହୁଲଙ୍କୁ ଭେଟିବାକୁ ଇଙ୍ଗିତ କରିଥିଲେ। ବୃଦ୍ଧ ବ୍ୟକ୍ତିଙ୍କ ଇଙ୍ଗିତକୁ ଦେଖି ଅଣଦେଖା ନକରି ରାହୁଲ ଗାନ୍ଧୀ ତାଙ୍କ କନଭେକୁ ଅଟକାଇ ଦେଇଥିଲେ। ଏହାପରେ ଗାଡ଼ିରେ ବସି ବୃଦ୍ଧ ସମର୍ଥକଙ୍କ ସହ କିଛି ସମୟ ଧରି କଥା ହୋଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଲୋକମାନେ ଉକ୍ତ ବୃଦ୍ଧ ବ୍ୟକ୍ତି ଜଣକ କିଏ ତାଙ୍କ ପରିଚୟ ଜାଣିବାକୁ ଚାହିଁଛନ୍ତି।

ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବୁ କି ରାହୁଲ ରାସ୍ତାରେ ଛିଡ଼ା ହୋଇ ଯେଉଁ ବୃଦ୍ଧଙ୍କ ସହିତ କଥା ହେଉଛନ୍ତି ତାଙ୍କ ନାମ କରୁଣା ପ୍ରସାଦ ମିଶ୍ର। ଯିଏକି ମଧ୍ୟପ୍ରଦେଶର ସିଧି ଜିଲ୍ଲାର ବାସିନ୍ଦା ଥିବା ଜଣାପଡ଼ିଛି।

ସିଧି ଜିଲ୍ଲାର ବାସିନ୍ଦା କରୁଣା ପ୍ରସାଦ ମିଶ୍ର ଗଣମାଧ୍ୟମ ସହିତ କଥା ହୋଇ କହିଛନ୍ତି, ‘ମୋର ନାମ କରୁଣା ପ୍ରସାଦ ମିଶ୍ର। ମୁଁ ମଧ୍ୟପ୍ରଦେଶର ସିଧି ଜିଲ୍ଲାର ଚୁରହାଟ ବିଧାନସଭାର ଭୋଟର। ମୋର ରାହୁଲ ଗାନ୍ଧୀଙ୍କ ସହ ପୁରୁଣା ସମ୍ପର୍କ ଅଛି। ଆଜି ମୁଁ ବିହାର ଗସ୍ତ ବିଷୟରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଛି। ରାହୁଲ ଗାନ୍ଧୀ କହିଛନ୍ତି,‘ ସେ ମୋ ପାଇଁ ବିହାର ଯିବାର ବ୍ୟବସ୍ଥା କରିବେ।'

କରୁଣା ପ୍ରସାଦ ମିଶ୍ର ୯୧ ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ଭାରତ ଯୋଡୋ ଯାତ୍ରା ସମୟରେ, କରୁଣା ପ୍ରସାଦ କହିଥିଲେ, ‘ ମୁଁ ଲମ୍ବା ପଦଯାତ୍ରା କରିବାରେ ଅଭ୍ୟସ୍ତ। ମୁଁ ୧୯୩୫-୩୬ ମସିହାରେ ଜବଲପୁରରୁ ଆଲ୍ଲାହାବାଦ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ସହିତ ଚାଲିଥିଲି। ମୁଁ ନେହେରୁ ଜୀଙ୍କ ସହ ମଧ୍ୟ ଥିଲି। ମୁଁ ଚାଲିବାରେ ଅଭ୍ୟସ୍ତ।  ମୋ ବିଷୟରେ ଆଦୌ ଚିନ୍ତା କରନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe