ସୁସ୍ଥ ହୋଇ ଘରକୁ ଫେରିଲେ ଡିଏମ୍‌କେ ସୁପ୍ରିମୋ କରୁଣାନିଧି, ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ହସ୍‌ପିଟାଲରେ ପହଞ୍ଚି ଥିଲେ ଉପରାଷ୍ଟ୍ରପତି

ସୁସ୍ଥ ହୋଇ ଘରକୁ ଫେରିଲେ ଡିଏମ୍‌କେ ସୁପ୍ରିମୋ କରୁଣାନିଧି, ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ହସ୍‌ପିଟାଲରେ ପହଞ୍ଚି ଥିଲେ ଉପରାଷ୍ଟ୍ରପତି

ଚେନ୍ନାଇ: ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମେ୍‌କ ସୁପ୍ରିମୋ ଏମ୍‌ କରୁଣାନିଧିିଙ୍କ ଶରୀରାବସ୍ଥା ଏବେ ସୁସ୍ଥ ଅଛି। ତେଣୁ ତାଙ୍କୁ ଡାକ୍ତରଖାନାରୁ ଛୁଟି ମିଳି ଯାଇଛି।

ସୂଚନାଯୋଗ୍ୟ, ମୂତ୍ର ସଂକ୍ରମଣ ଯୋଗୁ ଜ୍ୱରରେ ପୀଡ଼ିତ ହେବା ପରେ ୯୪ ବର୍ଷୀୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଥିଲା। ଫଳରେ ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାଜ୍ୟସଭା ସାଂସଦ କାନିମୋଝିଙ୍କ କହିବାନୁସାରେ କରୁଣାନିଧିଙ୍କ ରକ୍ତଚାପ ଗତଶୁକ୍ରବାର ହଠାତ ବିଗିଡ଼ି ଯାଇଥିଲା। ଗତ ଶନିବାର ସକାଳେ ତାଙ୍କ ରକ୍ତଚାପସ୍ତରରେ ସୁଧାର ଆସିଛି। ତେଣୁ ତାଙ୍କୁ ହସ୍ପିଟାଲରୁ ରବିବାର ଛୁଟି କରାଯାଇଛି।

ଅନ୍ୟପକ୍ଷରେ କାବେରୀ ହସ୍ପିଟାଲକୁ କରୁଣାନିଧିଙ୍କୁ ଭେଟିବା ପାଇଁ ରବିବାର ଉପରାଷ୍ଟ୍ର ପତି ଏମ୍‌ ଭେଙ୍କେୟା ନାଇଡୁ ହସ୍‌ପିଟାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଡାକ୍ତରଙ୍କଠାରୁ ପଚାରି ବୁଝିଥିଲେ। ଭେଙ୍କେୟା ନାଇଡୁଙ୍କ ବ୍ୟତୀତ ଟିଏମସି ନେତା ଡେରେକ ଓ’ବ୍ରିଏନ୍‌ ବି ହସ୍‌ପିଟାଲରେ ପହଞ୍ଚି କହିଥିଲେ କି, ମୁଁ ଏଠାକୁ ଟିଏମ୍‌ସି ଓ ମମତା ବନାର୍ଜୀଙ୍କ ତରଫରୁ ଆସିଛି। ଏମ୍‌କେ ଷ୍ଟାଲିନ୍‌ ଓ କନିମୋଝିଙ୍କୁ ଭେଟି କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ ଟିଏମସି ନେତା ଡେରେକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe