ସ୍ୱାଭାବିକ ହେଉଛି କାସଗଞ୍ଜ

Advertisment

ତଥାପି ପୁଲିସ ଛାଉଣୀ, ଅନ୍ୟ ୨ ଅଭିଯୁକ୍ତଙ୍କ ପାଇଁ ଛାନ୍‌ଭିନ୍‌

ତଥାପି ପୁଲିସ ଛାଉଣୀ, ଅନ୍ୟ ୨ ଅଭିଯୁକ୍ତଙ୍କ ପାଇଁ ଛାନ୍‌ଭିନ୍‌

ସ୍ୱାଭାବିକ ହେଉଛି କାସଗଞ୍ଜ

Kasganj (UP): More than 80 persons were arrested while Rapid Action Force (RAF) and Provincial Armed Constabulary (PAC) personnel intensified vigil in Kasganj on Sunday. PTI Photo (PTI1_28_2018_000206B)

ଲକ୍ଷ୍ନୌ: ଦୀର୍ଘ ଏକ ସପ୍ତାହ ଧରି କାଁ ଭାଁ ହିଂସାକୁ ସାମନା କରୁଥିବା ଉତ୍ତରପ୍ରଦେଶର କାସଗଞ୍ଜ ସହରରେ ଆଜି ନିରବତା ରାଜୁତି କରିଛି। ସହରର ବାଟେ ଘାଟେ ସବୁଠି ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କ ପଇଁତରା ଜାରି ରହିଥିବା ବେଳେ ସାରା ଇଲାକା ସତେ ଯେମିତି ଏକ ନିସ୍ତବ୍ଧ ଦୁର୍ଗ ପାଲଟିଯାଇଥିବା ଭଳି ମନେ ହେଉଛି। ଜନ ରାଜ୍ୟ ଦିବସରେ ସଂଘଟିତ ଗୋଷ୍ଠୀ ସଂଘର୍ଷରେ ମୃତ ଅଭିଷେକ ଓରଫ ଚନ୍ଦନ ଗୁପ୍ତାଙ୍କ ହତ୍ୟାରେ ଜଡ଼ିତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ଛାନ୍‌ଭିନ୍‌ ଜାରି ରଖିଛି। ଚନ୍ଦନଙ୍କ ମୁଖ୍ୟ ହତ୍ୟାକାରୀ ସଲିମ ଜାଭେଦ୍‌କୁ ପୁଲିସ ବୁଧବାରି ଗିରଫ କଲା ପରେ ରାତି ପର୍ଯ୍ୟନ୍ତ ସାରା ଇଲାକାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ବ୍ୟାପକ ପୁଲିସ ବଳର ଉପସ୍ଥିତି ଯୋଗୁଁ କୌଣସି ଠାରେ ଅପ୍ରୀତିକର ପରିସ୍ଥିତି ଘଟିନାହିଁ। ତଥାପି ଦଙ୍ଗା ପାଇଁ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ମସୁଧା ଜାରି ରଖିଥିବାରୁ ସହର ସାରା ପୁଲିସ ପଇଁତରା ମାରୁଛି। ଅପରପକ୍ଷେ, ଚନ୍ଦନଙ୍କୁ ମାରିବା ଲାଗି ଅଭିଯୁକ୍ତ ସଲିମ୍‌କୁ ସହଯୋଗ କରିଥିବା ତା’ର ଅନ୍ୟ ଦୁଇ ଭାଇ ଓ୍ଵାସିମ୍‌ ଏବଂ ନସିମ୍‌ଙ୍କୁ ଧରିବା ଲାଗି ପୁଲିସ ଜାଲ ବିଛାଇଛି। ସଲିମ, ତା’ର ଦୁଇ ଭାଇ ଓ୍ଵାସିମ୍‌ ଏବଂ ନସିମ୍‌ ସମେତ ୨୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ପୁଲିସ ଉଦ୍ୟମ ଜାରି ରଖିଛି। ଅପରପକ୍ଷେ, ବ୍ୟାପକ ପୁଲିସ ବଳର ଉପସ୍ଥିତି ଯୋଗୁଁ ଗତକାଲି ଠାରୁ ବନ୍ଦ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଦୋକାନଗୁଡ଼ିକ ଖୋଲିବା ଲାଗି ମାଲିକମାନେ ସାହସ ଜୁଟାଇଛନ୍ତି। ଯଦିଓ ଦୋକାନରେ ଗରାଖଙ୍କ ଭିଡ଼ ପରିଲଖିତ ହୋଇନାହିଁ, ତେବେ ଧୀରେ ଧୀରେ ସହରକୁ ସ୍ୱାଭାବିକତା ଫେରିବ ବୋଲି ଆରକ୍ଷୀ ଅଧୀକ୍ଷକ ପୀୟୂଷ ଶ୍ରୀବାସ୍ତବ କହିଛନ୍ତି। ଏଣେ କାସଗଞ୍ଜ ହିଂସାକାଣ୍ଡର ତାତି ଥମିବାକୁ ବସିଥିବାବେଳେ ରାଜ୍ୟର ଅନ୍ୟ ସହରକୁ ଏହା ବ୍ୟାପିକା ଆଶଙ୍କାରେ ସମ୍ବେଦନଶୀଳ ଇଲାକାଗୁଡ଼ିକରେ ପୁଲିସ ତୀକ୍ଷ୍ଣ ନଜର ରଖିଛି। ନିହତ ଚନ୍ଦନ ଗୁପ୍ତାକୁ ନ୍ୟାୟ ପ୍ରଦାନ ଦାବିରେ ଗତକାଲି ସାହାଜାହାନପୁର ସହରରେ ଚାଲିଥିବା କିଛି ହିନ୍ଦୁ ସଂଗଠନର ତିରଙ୍ଗା ଯାତ୍ରା ବେଳେ ସେମାନଙ୍କ ଭିତରେ ଅନ୍ତଃକନ୍ଦଳ ଘଟି ୩ ଜଣ ଆହତ ହୋଇଥିବା ଖବର ମିଳିଛି। ଏହି ଘଟଣାରେ ପୁଲିସ ସେଠାରେ ଦୁଇ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe