ରାଜ୍ୟ ପାଇଁ କଳଙ୍କ: ରାଜ୍ୟପାଳ

Advertisment

କାଂସଗଞ୍ଜ ହିଂସା ଘଟଣାରେ ହଟିଲେ ଏସ୍‌ପି

କାଂସଗଞ୍ଜ ହିଂସା ଘଟଣାରେ ହଟିଲେ ଏସ୍‌ପି

ରାଜ୍ୟ ପାଇଁ କଳଙ୍କ: ରାଜ୍ୟପାଳ

ଲକ୍ଷ୍ନୌ : ଉତ୍ତରପ୍ରଦେଶର କାଂସଗଞ୍ଜରେ ଦେଖାଦେଇଥିବା ଗୋଷ୍ଠୀ ସଂଘର୍ଷର ତିନି ଦିନ ପରେ ଆଜି ରାଜ୍ୟପାଳ ରାମ ନାଏକ ମୁହଁ ଖୋଲିଛନ୍ତି। ଏପରି ଦୁର୍ଭାଗ୍ୟଜନକ ଘଟଣା ରାଜ୍ୟ ପାଇଁ କଳଙ୍କ ବୋଲି ସେ କହିଛନ୍ତି। ତେବେ ଏଭଳି ହିଂସା ଅତ୍ୟନ୍ତ ଲଜ୍ଜାଜନକ ଏବଂ ରାଜ୍ୟର କୌଣସି ଅଞ୍ଚଳରେ ବି ଏହାର ପୁନରାବୃତ୍ତି ନହେବା ପାଇଁ ପ୍ରଶାସନ ସଜାଗ ରହିବାକୁ ଶ୍ରୀ ନାଏକ ଆହ୍ଵାନ କରିଛନ୍ତି। ଅପରପକ୍ଷେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳର ଏସ୍‌ପି ସାହି ଏପରି ଘଟଣାକୁ ଅତି ନଗଣ୍ୟ ବୋଲି ଅଭିହିିତ କରିଛନ୍ତି। ଏହାକୁ ଅଯଥାରେ କଶ୍ମୀର ସ୍ଥିତି ସହ ତୁଳନା କରି ଗୁରୁତ୍ୱ ବଢ଼ାଯାଉଛି। ତେବେ ରାଜ୍ୟପାଳଙ୍କ ଏପରି ଉଦ୍‌ବେଗ ରାଜ୍ୟରେ ଆଇନ ଶୃଙ୍ଖଳା ପରସ୍ଥିତିକୁ ଆଙ୍ଗୁଠି ଦେଖାଇଛି ବୋଲି ଚର୍ଚ୍ଚା ହେଉଛି। ତେବେ ପରିସ୍ଥିତିରେ ମଲମ ମାରିବା ପାଇଁ ରାଜ୍ୟ ସରକାର କାସଗଞ୍ଜର ପୁଲିସ ଅଧୀକ୍ଷକ ସୁନୀଲ୍‌ କୁମାର ସିଂହଙ୍କୁ ହଟାଇନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe