କାସଗଞ୍ଜ ହିଂସା: ୩ୟ ଦିନରେ ବି ଉତ୍ତେଜନା ଜାରି, ଶାନ୍ତି ପ୍ରତିଷ୍ଠା ନେଇ ପ୍ରଶାସନ ଡାକିଲା ବୈଠକ

Advertisment

ଆଜି ରାତି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ରହିବ ବନ୍ଦ

ଆଜି ରାତି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ରହିବ ବନ୍ଦ

କାସଗଞ୍ଜ ହିଂସା: ୩ୟ ଦିନରେ ବି ଉତ୍ତେଜନା ଜାରି, ଶାନ୍ତି ପ୍ରତିଷ୍ଠା ନେଇ ପ୍ରଶାସନ ଡାକିଲା ବୈଠକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାସଗଞ୍ଜ ଠାରେ ଜାନୁଆରି ୨୬ରେ ତ୍ରିରଙ୍ଗା ଯାତ୍ରା ଶୋଭାଯାତ୍ରା ବେଳେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଉଗ୍ର ରୂପ ନେଇଛି। ଏହି ଘଟଣାରେ ସହରରେ ଉଭୟ ଗୋଷ୍ଠୀର ଯୁବକମାନେ ପ୍ରବଳ ଭଙ୍ଗାରୁଜା କରିଥିବା ବେଳେ ବସ ଓ ଦୋକାନରେ ନିଆଁ ଲଗାଇ ଦିଆଯାଇଛି। ସେହିଭଳି ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିବା ୬୦ରୁ ଉର୍ଦ୍ଧ୍ୱ ଲୋକ ଗିରଫ ହୋଇଛିନ୍ତି। ଅନ୍ୟପକ୍ଷରେ ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ପକ୍ଷରୁ ଧାରା ୧୪୪ ଜାରି କରାଯାଇଥିବା ବେଳେ ରବିବାର ରାତି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି। ଏଭଳି ପରିସ୍ଥିତିରେ ପ୍ରଶାସନ ଏକ ଗୋଷ୍ଠୀ ସହିତ ଶାନ୍ତି ବୈଠକର ଆୟୋଜନ କରିଛି।

ବୈଠକରେ ଡିଏମ୍‌ ଆରପି ସିଂହ ଲ ଏଣ୍ଡ ଅଡର ପାଳନ କରିବାକୁ ଅପିଲ କରିଛନ୍ତି। ସିଂହ ଲୋକଙ୍କୁ ଚେତାବନୀ ଦେବାକୁ ଯାଇ କହିଛନ୍ତି, ଯଦି ଶାନ୍ତି ପ୍ରତିଷ୍ଠା ପାଇଁ ସହଯୋଗ ନ କରନ୍ତି, ହିଂସାତ୍ମକ କାମରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଶାନ୍ତି କମିଟିର ବୈଠକରେ ଉଭୟ ଗୋଷ୍ଠୀର ସଦସ୍ୟ ଉପସ୍ଥିତ ହୋଇ ନାହାଁନ୍ତି। ବୈଠକରେ ହିନ୍ଦୁ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିବା ବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଆସି ନ ଥିଲେ।

ତିନି ଦିନ ହେବ କାସଗଞ୍ଜରେ ହିଂସା ଜାରି ରହିଛି। ଏହି ମାମଲାରେ ଡିଜିପି କହିଛନ୍ତି, ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପରିମାଣରେ ପୁଲିସ ମୁତୟନ କରାଯାଇଥିବା ବେଳେ ଡ୍ରୋନ ଖଞ୍ଜା ଯାଇଛି। ୩ୟ ଦିନରେ ମଧ୍ୟ ହିଂସା ଥମି ନ ଥିବା ସେ କହିଛନ୍ତି। ଡିଜିପି କହିଛନ୍ତି, ଘଟଣା ପରେ ଅଭିଯୁକ୍ତ ରସିଦଙ୍କ ଘରୁ ଦେଶୀ ବୋମା ଉଦ୍ଧାର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe