କାଶୀ ବିଶ୍ବନାଥ ମନ୍ଦିର ମହନ୍ତଙ୍କ ଦାବି: ଜ୍ଞାନବାପିରେ ଅଛି ଆଉ ଏକ ଶିବଲିଙ୍ଗ

Advertisment
କାଶୀ ବିଶ୍ବନାଥ ମନ୍ଦିର ମହନ୍ତଙ୍କ ଦାବି: ଜ୍ଞାନବାପିରେ ଅଛି ଆଉ ଏକ ଶିବଲିଙ୍ଗ

ବାରଣାସୀ: ବାରଣାସୀର ଜ୍ଞାନବାପୀ ମସ୍‌ଜିଦ ପରିସରରେ ହୋଇଥିବା ସର୍ଭେରେ ଗୋଟିଏ ଶିବଲଙ୍ଗ ଏବଂ କେତେକ ହିନ୍ଦୁ ଦେବଦେବୀଙ୍କ କଳାକୃତି ଠାବ ହୋଇଥିବା ବେଳେ ସେଠାରେ ଆଉ ଏକ ଶିବ ଲିଙ୍ଗ ଅଛି ବୋଲି କାଶୀ ବିଶ୍ବନାଥ ମନ୍ଦିର ମହନ୍ତ ଡ. କୁଳପତି ତିୱାରୀ ଦାବି କରିଛନ୍ତି। ‘ମସ୍‌ଜିଦ୍‌ ୱଜୁ ଖାନାରେ ଥିବା ଶିବଲିଙ୍ଗ ସଂପର୍କରେ ସମସ୍ତେ ଅବଗତ ଅଛନ୍ତି, କିନ୍ତୁ ମସ୍‌ଜିଦ ତଳେ ମଧ୍ୟ ଏକ ଶିବଲିଙ୍ଗ ରହିଛି’ ବୋଲି ମହନ୍ତ ଦାବି କରିଛନ୍ତି। ଏହାର ପ୍ରମାଣ ଭାବେ ସେ ୧୫୪ ବର୍ଷ ପୁରୁଣା ଏକ ଛବି ଦେଖାଇଛନ୍ତି। ପୂର୍ବରୁ କେଉଁଠି ଶିବଲିଙ୍ଗ ରହି‌ଥିଲା ଏବଂ ତାହାର ସମ୍ମୁଖରେ କିଭଳି ଶ୍ରଦ୍ଧାଳୁମାନେ ବସିଥିଲେ ତାହାର ଛବି ଦେଖାଇ ମହନ୍ତ କହିଛନ୍ତି ଯେ ଉକ୍ତ ସ୍ଥାନରେ ଖନନ ହେଲେ ଏହି ଶିବଲିଙ୍ଗ ଠାବ ହୋଇପାରିବ। ହିନ୍ଦୁମାନଙ୍କୁ ସେମାନଙ୍କ ପୂଜା ପାଠ ପାଇଁ ଅନୁମତି ମିଳିବା ଆବଶ୍ୟକ ବୋଲି ତିୱାରୀ କହିଛନ୍ତି। ତେବେ ମୁସ୍‌ଲିମ ପକ୍ଷ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe