କଶ୍ମୀରରେ ସେନାର ରଣନୀତି ବଦଳିବ

Advertisment
କଶ୍ମୀରରେ ସେନାର ରଣନୀତି ବଦଳିବ

photo credit zee news

ନୂଆଦିଲ୍ଲୀ: କଶ୍ମୀରର ଯୁବକଙ୍କୁ ଆତଙ୍କବାଦର ରାସ୍ତାରେ ନେବାପାଇଁ ପାକ୍‌ ଆତଙ୍କବାଦୀ ସଂଗଠନଗୁଡ଼ିକ ଜୋର୍‌ଦାର ପ୍ରୟାସ ଜାରି ରଖିଛନ୍ତି। ଏଥିରେ ସେମାନଙ୍କ କଶ୍ମୀର ବିଚ୍ଛିନ୍ନତାବାଦୀଙ୍କ ସହାୟତା ମିଳୁଛି। ଏହାର ମୁକାବିଲା ପାଇଁ ସେନା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଏବେ ଟାର୍ଗେଟ୍‌ କରିଛି। ତେବେ ଆତଙ୍କବାଦର ମୁକାବିଲା ପାଇଁ ସେନା ତା’ର ପୁରୁଣା ଫର୍ମୁଲା ଛାଡ଼ି ଏବେ କେତେକ ନୂଆ ନୀତି ଆପଣାଇବାକୁ ଯାଉଛି। ଆଗକୁ ଆତଙ୍କବାଦୀ ଦମନ ଅଭିଯାନ ଅଧିକ ଆକ୍ରମଣାତ୍ମକ ଓ ଯୋଜନାବଦ୍ଧ ହେବ ବୋଲି ଜଣାପଡ଼ିଛି । ଜମ୍ମୁ କଶ୍ମୀରରେ ସୀମାପାର ଆତଙ୍କବାଦର ସମାପ୍ତି ପାଇଁ ଅପରେସନ ଜାରିି ରହିବ ଏବଂ ପାକିସ୍ତାନ ଉପରେ ଅଧିକ ଚାପ ସୃଷ୍ଟି ପାଇଁ ରାଜନୈତିକସ୍ତରରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ସୀମାରେ ଶାନ୍ତି କାଏମ ରଖିବା ପାଇଁ ଉଭୟ ରାଜନୈତିକ ଓ ସାମରିକ ଚାପ ଆବଶ୍ୟକ ଥିବାରୁ ଏ ଦିଗରେ ସେନା ଏବେ ଭିନ୍ନ ରଣନୀତି ଅବଲମ୍ବନ କରିବ ।

ସୀମାପାର ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ସେନା ଅଧିକ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ନିକଟରେ ସେନାଧ୍ୟକ୍ଷ ବିଭିନ୍ନ କାଯ୍ରକ୍ରମରେ କହିଥିବା ବେଳେ ଏଥିପାଇଁ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ସଂପନ୍ନ ହୋଇଛି। ବର୍ଷକ ତଳେ ରାଓ୍ଵତ ସେନାଧ୍ୟକ୍ଷ ଦାୟିିତ୍ୱ ଗ୍ରହଣ କଳାବେଳେ ଜମ୍ମୁ କଶ୍ମୀର ସ୍ଥିତି ଯେଭଳି ଥିଲା ବର୍ତ୍ତମାନ ସେଥିରେ ଯଥେଷ୍ଟ ପରିବର୍ତ୍ତନ ଆସିଥିବା କୁହାଯାଇଛି। ପାକିସ୍ତାନ ଉପରେ ପ୍ରବଳ ଚାପ ସୃଷ୍ଟି କଲେ ସ୍ଥିତିରେ ଆହୁରି ଉନ୍ନତି ଘଟିବ ବୋଲି ମତ ପ୍ରକାଶ ପାଇଛି । ନିୟନ୍ତ୍ରଣ ରେଖା ଅଂଚଳରେ ପାକିସ୍ତାନ ବିନା କାରଣରେ ଗୁଳି ବର୍ଷା କରିବା ସହ ସ୍ନାଇପର୍‌ ଯୋଗେ ଭାରତୀୟ ସେନାକୁ ଟାର୍ଗେଟ୍‌ କରୁଛି। ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe