କାଶ୍ମୀର ଡାକ୍ତରଙ୍କ କରୋନାରେ ମୃତ୍ୟୁ

୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

VectorStock

ଶ୍ରୀନଗର: ଦୀର୍ଘ ୪ ମାସ ଧରି କରୋନା ରୋଗୀଙ୍କ ଚିକିତ୍ସା କରୁଥିବା କାଶ୍ମୀରର ଜଣେ ବରିଷ୍ଠ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି। ଦକ୍ଷିଣ କାଶ୍ମୀରର ପୁଲ୍‌ୱାମା ଜିଲ୍ଲା ସ୍ଥିତ ପାମ୍ପୋଡ଼େ ଅଞ୍ଚଳର ଡ. ମହମ୍ମଦ ଆଶରଫ୍‌ ମିର୍‌ଙ୍କର ଆଜି ସ୍କିମ୍ସ ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଯାଇଛି। ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଡ. ମୀର୍‌ ଦୀର୍ଘ ୪ ମାସ ଧରି କରୋନା ରୋଗୀଙ୍କ ଚିକିତ୍ସା କରୁଥିଲେ। ଡାକ୍ତର ଜଣଙ୍କ କରୋନା ପଜିଟିଭ୍‌ ହେବାପରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଉପରାଜ୍ୟପାଳ ମନୋଜ ସିହ୍ନା ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତା ଜାରି କରି ଉପରାଜ୍ୟପାଳ ସିହ୍ନା ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ଜମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ଜି ଏ ମୀର ମଧ୍ୟ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପିଡିପି ପକ୍ଷରୁ କୁହାଯାଇଛି ମୀର୍‌ ଜଣେ ହିରୋ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe