ଏନ୍‌କାଉଣ୍ଟର୍‌ ସମୟରେ ଗୁଳିର ଶିକାର ବନିଥିବା ଜେଜେବାପାଙ୍କ ଶରୀର ଉପରେ କାନ୍ଦି କାନ୍ଦି ଲୋଟି ପଡ଼ିଲା ୩ ବର୍ଷିଅ ନାତି, ଉଦ୍ଧାର କଲା ପୁଲିସ

Advertisment
ଏନ୍‌କାଉଣ୍ଟର୍‌ ସମୟରେ ଗୁଳିର ଶିକାର ବନିଥିବା ଜେଜେବାପାଙ୍କ ଶରୀର ଉପରେ କାନ୍ଦି କାନ୍ଦି ଲୋଟି ପଡ଼ିଲା ୩ ବର୍ଷିଅ ନାତି, ଉଦ୍ଧାର କଲା ପୁଲିସ

ସୋପୋରେ: ଜମ୍ମୁ-କଶ୍ମୀରର ସୋପୋରେ ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର୍ ଚାଲିଥିବା ବେଳେ‌  ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ଜଣେ ୩ ବର୍ଷିଅ ବାଳକ ମରି ପଡ଼ିଥିବା ନିଜ ଜେଜେବାପାଙ୍କ ମୃତ ଶରୀର ନିକଟରେ ବସି ରହିଥିବା ଦୃଶ୍ୟ ଅନେକଙ୍କୁ ଭାବପ୍ରବଣ କରାଇଛି। ଜମ୍ମୁ-କଶ୍ମୀରରେ ହୋଇଥିବା ଗୁଳି ବିନିମୟରେ ବୃଦ୍ଧ ଜଣକ ନିହତ ହେବା ପରେ ତାଙ୍କ କୁନି ନାତି ତାଙ୍କ ମୃତ ଶରୀର ଉପରେ ମୁଣ୍ଡ ରଖି କାନ୍ଦୁଥିବାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

publive-image indiatoday

ବୁଧବାର ସକାଳୁ କାଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷା ବଳର ମୁହାଁମୁହିଁରେ ୬୦ ବର୍ଷିଅ ଏହି ବୃଦ୍ଧ ଜଣକ ନିଜ ଜୀବନ ହରାଇଛନ୍ତି। ପ୍ରଥମେ ଆତଙ୍କବାଦୀ ଗୁଳି ଚାଳନା କରିବା ପରେ ସୁରକ୍ଷା ବଳ ତାହାର ପାଲଟା ଜବାବ ଦେଇଥିଲା। ୬୦ ବର୍ଷିଅ ବୃଦ୍ଧ ଜଣକ ନିଜ କୁନି ନାତିକୁ ଧରି ସେ ବାଟ ଦେଇ ଯାଉଥିଲେ। ବୃଦ୍ଧଙ୍କ ଶରୀରରେ ଅଚାନକ ଆସି ଦୁଇଟି ଗୁଳି ପଶିଯିବା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। କୁନି ବାଳକ ଜଣକ କିଛି ବୁଝି ନପାରି ଭୂଇଁରେ ଟଳିପଡ଼ିଥିବା ନିଜ ଜେଜେଙ୍କ ରକ୍ତ ଜର୍ଜରିତ ମୃତ ଶରୀରକୁ ବାଡ଼େଇ ବାଡ଼େଇ କାନ୍ଦିବା ଆରମ୍ଭ କରିଥିଲା।

ଏହି ସମୟରେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିବା ସହ କାନ୍ଦି କାନ୍ଦି ଅଣାୟତ୍ତ ହେଉଥିବା କୁନି ପିଲାଟିକୁ କାଖକୁ ନେଇଥିଲା। କୁନିପିଲାଟିର ସେହି ସମୟର କିଛି ଫଟୋ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି।

ଏହି ବ୍ୟକ୍ତିଙ୍କ ସହିତ ଜଣେ ସିଆର୍‌ପିଏଫ୍‌ ଯବାନ ମଧ୍ୟ ଏହି ଏନ୍‌କାଉଣ୍ଟର୍‌ରେ ସହିଦ ହୋଇଛନ୍ତି। ଆଉ ୩ ଜଣ ଯବାନ ନିହତ ହୋଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe