ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଲଓ୍ଵପୋରା ଅଞ୍ଚଳରେ ଆତଙ୍କବାଦୀ ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍) ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ ହୋଇଥିଲା। ଏହି ଗୁଳି ବିନିମୟରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଥିବା ବେଳେ ଏଥିରେ ଜଣେ ସିଆରପିଏଫ୍ ଜଣେ ଯବାନ ସହିତ ହୋଇଥିଲେ। ସହିଦ ହେବା ପୂର୍ବରୁ ଉକ୍ତ ଯବାନ ଜଣକ ଦେଶ ପାଇଁ ଯେଭଳି ଭାବେ ବୀରତ୍ବର ସହିତ ନିଜ ଜୀବନକୁ ବଳି ଦେଇଯାଇଛନ୍ତି ତାହାକୁ ନେଇ ସବୁ ମହଲରେ ପ୍ରଶଂସା କରାଯାଉଛି।
The Asian Ageଗତ ବୁଧବାର ସୁରକ୍ଷାବଳଙ୍କୁ ଲଓ୍ଵପୋରାରେ ଆତଙ୍କବାଦୀ ଲୁଚି ରହିଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା। ସଙ୍ଗେସଙ୍ଗେ ସିଆରପିଏଫ୍ ପକ୍ଷରୁ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ସମୟରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ସମୟରେ ଜଣେ ଆତଙ୍କବାଦୀଙ୍କ ଯବାନ ରମେଶ ରଞ୍ଜନଙ୍କ ମୁଣ୍ଡ ଉପରକୁ ଗୁଳି ଚଳାଇଥିଲା।
ତେବେ ଯବାନ ରମେଶ ରଞ୍ଜନଙ୍କ ମୁଣ୍ଡରେ ଗୁଳି ବାଜିବା ପରେ ବି ସେ ଅସୀମ ବୀରତ୍ବ ପ୍ରଦର୍ଶନ କରିଥିଲେ। ଶରୀରରେ ଶେଷ ରକ୍ତବିନ୍ଦୁ ଥିବା ଯାଏଁ ନିଜ କର୍ତ୍ତବ୍ୟରୁ ଓହରି ଯାଇ ନ ଥିଲେ। ମାଟିରେ ଟଳି ପଡ଼ିବା ପୂର୍ବରୁ ସେ ଜଣେ ଆତଙ୍କବାଦୀ ଉପରକୁ ଗୁଳି ଚଳାଇ ତାକୁ ନିହତ କରିଥିଲେ। ରମେଶ ରଞ୍ଜନଙ୍କ ଚିତ୍କାର ଶୁଣି ଅନ୍ୟ ଯବାନମାନେ ଆଲର୍ଟ ହୋଇଯାଇଥିଲେ ଓ ଦୁଇଜଣ ଆତଙ୍କବାଦୀଙ୍କୁ ଘଟଣାସ୍ଥଳରେ ଗୁଳିମାରି ନିପାତ କରିଥିଲେ।
Northlinesରମେଶ ରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ରମେଶ ବିହାରର ଭୋଜପୁର ଜିଲ୍ଲା ବାସିନ୍ଦା ଥିଲେ। ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
Follow Us