Photo Courtesy of India Today
ନୂଆଦିଲ୍ଲୀ: ଆଜି ସକାଳେ ଉତ୍ତର କଶ୍ମୀରର କୁପ୍ଓ୍ଵାରା ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏ ଯାବତ୍ ନିହତ ଆତଙ୍କବାଦୀଙ୍କ ପରିଚୟ ମିଳି ନ ଥିବାବେଳେ ଦୁଇ ଲକ୍ସର୍-ଏ-ତୈବା ଆତଙ୍କବାଦୀ କୌଣସିମତେ ଖସି ପଳାଇଛନ୍ତି।
କୁପ୍ଓ୍ଵାରା ଜିଲ୍ଲାର ହାଜିନ୍ ଅନ୍ତର୍ଗତ ଆନାଓ୍ଵାନ୍ ଗାଁ’ରେ ଜମ୍ମୁ ଏବଂ କଶ୍ମୀର ପୁଲିସ୍ର ୯ ପାରା ଆର୍ମି ଏସ୍ଓଜି କର୍ଡନ୍ ଜୋର୍ଦାର୍ କରୁଥିବାବେଳେ ଏନ୍କାଉଣ୍ଟର୍ ସଙ୍ଗଠିତ ହୋଇଥିଲା।
ଏନ୍କାଉଣ୍ଟର୍ରେ ନିହତ ହୋଇଥିବା ଆତଙ୍କବାଦୀ ନିକଟରୁ ଗୋଟିଏ ଗ୍ରେନେଡ୍, ରାଇଫଲ୍ ଏବଂ ପାକିସ୍ତାନୀ ଟଙ୍କା ଉଦ୍ଧାର କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କର୍ଣ୍ଣେଲ୍ ରାଜେଶ କାଳିଆ କହିଛନ୍ତି, ଭୋର୍ ୫ଟା ସମୟରେ ଆନାଓ୍ଵାନ୍ ଗାଁ’ରେ ନିରାପତ୍ତା ବଳ ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ।
ଏ ପର୍ଯ୍ୟନ୍ତ ବଳବତ୍ତର ଥିବା ଅଭିଯାନରେ ଜଣେ ଆତଙ୍କବାଦୀ ନିହତ ହୋଇଛି ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି ବୋଲି କାଳିଆ କହିଛନ୍ତି।
Follow Us