ନୂଆଦିଲ୍ଲୀ: ବିଶ୍ୱରେ ଏମିତି କୌଣସି ଶକ୍ତି ନାହିଁ ଯାହା କଶ୍ମୀରକୁ ଆମଠାରୁ ଛଡ଼ାଇ ନେଇପାରିବ। କଶ୍ମୀର ଆମର ଅଛି, ଥିଲା ଏବଂ ସବୁଦିନ ପାଇଁ ଆମର ହୋଇ ରହିବ। କଶ୍ମୀର ସୁରକ୍ଷା ପାଇଁ ଦରକାର ପଡ଼ିଲେ ସୀମାପାର କରିବୁ। ଆଜି କଶ୍ମୀର ପ୍ରସଙ୍ଗରେ ଏଭଳି ମନ୍ତବ୍ୟ ଦେଇ ପାକିସ୍ତାନକୁ ଚେତାଇ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ସିଏନ୍ଏନ୍ ନ୍ୟୁଜ୍ ୧୮- ରାଇଜିଂ ଇଣ୍ଡିଆ ସମ୍ମିଳନୀରେ ଉଦ୍ବୋଧନ ଦେଇ ରାଜନାଥ ଭାରତୀୟ ସେନାବାହିନୀର ଦୃଢ଼ ପ୍ରଶଂସା କରିଛନ୍ତି। କେବଳ ଭାରତ ମାଟିରେ ଭାରତର ସୁରକ୍ଷା କରୁନୁ, ବରଂ ଦରକାର ପଡ଼ିଲେ ଆମେ ଦେଶର ସୁରକ୍ଷା ପାଇଁ ସୀମାପାର କରିପାରିବୁ ବୋଲି ରାଜନାଥ ଚେତାବନୀ ଦେଇଛନ୍ତି। ଭାରତ ପଡ଼ୋଶୀ ସହ ଉତ୍ତମ ସମ୍ପର୍କ ରଖିବାକୁ ଚାହୁଛି, କିନ୍ତୁ ସେ ବନ୍ଧୁତ୍ୱକୁ ଗ୍ରହଣ କରୁୁନି। ତେବେ କଶ୍ମୀର ସମସ୍ୟା ଲାଗି ସରକାର ଏକ ସ୍ଥାୟୀ ସମାଧାନ ଚାହୁଛନ୍ତି ଏବଂ ଏଥିଲାଗି କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ବୋଲି ରାଜନାଥ କହିଛନ୍ତି।
କଶ୍ମୀର ସୁରକ୍ଷା ପାଇଁ ସୀମାପାର ବି କରିପାରୁ: ରାଜନାଥ
Advertisment
Follow Us