କାଶ୍ମୀରକୁ ଆଉ ସ୍ବତନ୍ତ୍ର ପାହ୍ୟା ଫେରିବ ନାହିଁ: ଗୁଲାମ ନବୀ

Advertisment

୧୦ ଦିନ ମଧ୍ୟରେ ନୂଆ ଦଳ

୧୦ ଦିନ ମଧ୍ୟରେ ନୂଆ ଦଳ

ଆଗାମୀ କିଛି ଦଶନ୍ଧି ଧରି କଂଗ୍ରେସ କ୍ଷମତାକୁ ଫେରିବ ନାହିଁ : ଆଜାଦ୍

NDTV.in

ଶ୍ରୀନଗର: ଜମ୍ମୁ କାଶ୍ମୀରକୁ ଆଉ ସ୍ବତନ୍ତ୍ର ପାହ୍ୟା ଫେରିବ ନାହିଁ। ଦୁଇ ବର୍ଷ ତଳେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ କାଶ୍ମୀରକୁ ଅଧିକ କେନ୍ଦ୍ରୀୟ କ୍ଷମତା ଦେଇଛନ୍ତି ଏବଂ ପୂର୍ବ ସ୍ଥିତି ଆଉ ଫେରିବ ନାହିଁ ବୋଲି ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି। ଆଜି ବାରମୂଳାରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ଗୁଲାମ ନବୀ କହିଛନ୍ତି ଯେ ଧାରା ୩୭୦କୁ ପୁଣି ଥରେ ଫେରାଇ ଆଣିବା ଏକ ଅସମ୍ଭବ କାର୍ଯ୍ୟ। ଧାରା ୩୭୦କୁ ପୁନଃ ଲାଗୁ କରିବାକୁ ହେଲେ ସଂସଦରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ। ତେଣୁ ଧାରା ୩୭୦କୁ ନେଇ ଯେଉଁ ନେତାମାନେ ଏଠାରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ଏବଂ ଏହା ପୁଣି ଫେରିବ ବୋଲି ଭାଷଣ ଦେଉଛନ୍ତି ସେମାନଙ୍କ ଉଦ୍ଦେଶ୍ୟ କାହାକୁ ଅଛପା ନାହିଁ ବୋଲି ସେ କହିଛନ୍ତି। ନିଜର ନୂଆ ରାଜନୈତିକ ଦଳ ସଂପର୍କରେ ସେ କହିଛନ୍ତି ଯେ ଆଗାମୀ ୧୦ ଦିନ ମଧ୍ୟରେ ଏହି ନୂଆ ଦଳ ଜନ୍ମ ନେବ ଏବଂ ଏଥିପାଇଁ ବିଭିନ୍ନ ପ୍ରକ୍ରିୟା ଜାରି ରହିଛି। ଧାରା ୩୭୦ ନାମରେ ଲୋକଙ୍କୁ ରାଜନୈତିକ ଶୋଷଣ କରୁଥିବା ଜମ୍ମୁ କାଶ୍ମୀରର କିଛି ନେତା ଓ ସେମାନଙ୍କ ଦଳ ପ୍ରତି ଲୋକଙ୍କୁ ସତର୍କ ରହିବାକୁ ହେବ ବୋଲି ସେ କହିଛନ୍ତି। ଜମ୍ମୁ କାଶ୍ମୀରବାସୀଙ୍କ ପ୍ରକୃତ କଲ୍ୟାଣ ଏବଂ ସୁରକ୍ଷା ପାଇଁ ତାଙ୍କୁ ସମର୍ଥନ ଦେବାକୁ ଆଜାଦ ଆହ୍ବାନ ଦେଇଛନ୍ତି। କଂଗ୍ରେସକୁ ନେଇ ଗୁଲାମ ନବୀ କହିଥିଲେ ଯେ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ଆସନ ସଂଖ୍ୟା ୨୫କୁ ଖସିଆସିବ ଏବଂ ଏହି ଦଳ ବଡ଼ ବିପର୍ଯ୍ୟୟ ସାମ୍ନା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe