India Today
ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷ ପରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଲଢ଼ୁଆ ବିମାନ ପ୍ରଥମ ଦଫାରେ ମୋଟ୍ ୫ ରାଫେଲ ଜୁଲାଇ ୨୭ରୁ ଫ୍ରାନ୍ସରୁ ବାହାରି ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ସମଗ୍ର ପ୍ରକ୍ରିୟାରେ ଜମ୍ମୁ-କଶ୍ମୀରର ଏୟାର କମାଣ୍ଡର ହିଲାଲ ଅହମ୍ମଦ ରାଥେର ପ୍ରମୁଖ ଭୂମିକା ନିଭାଇଛନ୍ତି। ଫ୍ରାନ୍ସସ୍ଥିତ ଭାରତୀୟ ଦୂତାବାସରେ ଏୟାର ଆଟାଚ ଭାବେ ନିଯୁକ୍ତ ଥିବା ହିଲାଲ କ୍ରମାଗତ ଭାବେ ଡସଲ୍ଟ କମ୍ପାନି ସହିତ ଆଲୋଚନା କରି ରାଫେଲକୁ ପ୍ରସ୍ତୁତ କରିଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ, କରୋନା ସମୟରେ ଫ୍ରାନ୍ସରୁ ରାଫେଲ୍ ଆସିବାରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆନ୍ତୁ ଜାଣିବା ଏୟାର କମାଣ୍ଡର ହିଲାଲ ଅହମ୍ମଦ ରାଥେରଙ୍କ ସଂପର୍କରେ।
ହିଲାଲ ଅହମ୍ମଦ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବକ୍ସିୟାବାଦ ଅଞ୍ଚଳର ବାସିନ୍ଦା। ସେ ଶ୍ରୀନଗର ସୈନିକ ସ୍କୁଲରେ ପାଠପଢ଼ିଛନ୍ତି। ହିଲାଲ ୧୯୮୮ରେ ବାୟୁସେନାରେ ଯୋଗ ଦେଇଥିଲେ। ପ୍ରାରମ୍ଭିକ ସମୟରେ ସେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟ କରି ଏବେ ଏୟାର କମାଣ୍ଡର ଭାବେ ନିୟୋଜିତ ଅଛନ୍ତି।
Dailyhuntପ୍ରକାଶିତ ରିପୋର୍ଟ ମୁତାବକ, ଭାରତରେ ରାଫେଲ କିପରି ସଠିକ୍ ସମୟରେ ପହଞ୍ଚିବ ସେ ଦାୟିତ୍ୱ ଫ୍ରାନ୍ସରେ ହିଲାଲଙ୍କ ହାତରେ ଥିଲା। ତାଙ୍କ ରେକର୍ଡ ଅନୁଯାୟୀ, ମିଗ୍ ୨୧, ମିରାଜ୍ -୨୦୦୦ ଏବଂ କିରଣ ବିମାନକୁ ସେ ପାଖାପାଖି ୩୦୦୦ଘଣ୍ଟାରୁ ଅଧିକ ସମୟ ଉଡ଼ାଣ କରିଛନ୍ତି। ୨୦୧୦ ରେ ୱିଙ୍ଗ୍ କମାଣ୍ଡର ଥିବା ବେଳେ ତାଙ୍କୁ ‘ବାୟୁ ସେନା ମେଡାଲ’ ମିଳିଛି। ଏଥିସହିତ ୨୦୧୬ରେ ଗ୍ରୁପ୍ କ୍ୟାପଟେନ୍ ଭାବେ ହିଲାଲ ‘ବିଶିଷ୍ଠ ସେବା ମେଡାଲ’ ପ୍ରାପ୍ତ କରିଛନ୍ତି।
ପାଞ୍ଚଟି ରାଫେଲ ଯୁଦ୍ଧ ବିମାନ ପ୍ରଥମ ଦଫାରେ ସୋମବାର ଦିନ ଫ୍ରାନ୍ସରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ପ୍ରାୟ ଚାରି ବର୍ଷ ପରେ ଦୁଇ ଦେଶ ୫୯,୦୦୦ କୋଟି ଟଙ୍କାରେ ଭାରତୀୟ ବାୟୁସେନାକୁ ୩୬ଟି ମଲ୍ଟି ରୋଲ୍ ଜେଟ୍ ଯୋଗାଇବା ପାଇଁ ଏକ ଆନ୍ତଃ-ସରକାରୀ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ।
Follow Us