କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା କେଏଫଏଫ, ତ୍ରିରଙ୍ଗା ରାଲିରେ ଯିବାରୁ କରାଯାଇଛି ହତ୍ୟା

Advertisment
କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା କେଏଫଏଫ, ତ୍ରିରଙ୍ଗା ରାଲିରେ ଯିବାରୁ କରାଯାଇଛି ହତ୍ୟା

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ଆଜି ଆଉ ଜଣେ ପଣ୍ଡିତଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ମଙ୍ଗଳବାରଦିନ ସୋପିଆନ ଜିଲ୍ଲାରେ ରହୁଥିବା ୪୫ ବର୍ଷୀୟ କଶ୍ମୀର ପଣ୍ଡିତ ସୁନୀଲ କୁମାର ଭଟ୍ଟଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ଏହି ଆକ୍ରମଣରେ ତାଙ୍କ ସାନ ଭାଇ ପିଣ୍ଟୁ କୁମାର ଭଟ୍ଟ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଏବେ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଂଗଠନ କଶ୍ମୀରୀ ଫ୍ରିଡମ ଫାଇଟର୍ସ(କେଏଫଏଫ)। ସ୍ବାଧୀନତା ଦିବସରେ ଆୟୋଜିତ ହୋଇଥିବା ତ୍ରିରଙ୍ଗା ରାଲିରେ ‌ସାମିଲ ହୋଇଥିବାରୁ ସୁନୀଲ ଭଟ୍ଟକୁ ହତ୍ୟା କରିଛୁ ବୋଲି କହିଛି କେଏଫଏଫ।

ଅନ୍ୟପକ୍ଷରେ ଏହି ଘଟଣା ଘଟିବାରୁ ସୁରକ୍ଷା ବାହିନୀ ପକ୍ଷରୁ ଘଟଣାସ୍ଥଳକୁ ସିଲ କରାଯାଇଛି ଓ ସର୍ଚ୍ଚ ଅପରେସନ ଜାରି ରହିଛି । କୁହାଯାଉଛି ଯେ ସୁନୀଲଙ୍କୁ ଆକ୍ରମଣ କରିବା ପୂର୍ବରୁ ଆତଙ୍କବାଦୀମାନେ ତାଙ୍କୁ ପ୍ରଥମେ ତାଙ୍କ ନାଁ ପଚାରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୁନୀଲ ଭଟ୍ଟଙ୍କର ଚାରି ଝିଅ ଥିବା ବେଳେ ସୁନୀଲଙ୍କ ହତ୍ୟା ସମଗ୍ର ପରିବାରକୁ ଦୋହଲାଇ ଦେଇଛି।

ସୁନୀଲଙ୍କ ପଡ଼ୋଶୀ କହିଛନ୍ତି ଯେ, ସୁନୀଲ ତାଙ୍କ ଭାଇ ପିଣ୍ଟୁଙ୍କ ସହ ବଗିଚାରେ କାମ କରୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ନିକଟକୁ ଯାଇ ତାଙ୍କ ନାଁ ପଚାରିଥିଲେ। ତା’ପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ପିଣ୍ଟୁଙ୍କ ଦେହରେ ମଧ୍ୟ ଲାଗିଥିଲା। ଲୋକମାନେ କହିଛନ୍ତି ଯେ ଏହି ଆକ୍ରମଣକୁ ଦେଖି ଜଣାପଡୁଛି, ଆତଙ୍କବାଦୀମାନେ ଗତ କିଛି ଦିନ ଧରି ସୁନୀଲଙ୍କ ଗତିବିଧି ଉପରେ ନଜର ରଖିବା ପରେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe