ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରି ଉପରାଜ୍ୟପାଳଙ୍କୁ ଚିଠି ଲେଖିଲେ କଶ୍ମୀରୀ ପଣ୍ଡିତ

Advertisment
ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରି ଉପରାଜ୍ୟପାଳଙ୍କୁ ଚିଠି ଲେଖିଲେ କଶ୍ମୀରୀ ପଣ୍ଡିତ

ଶ୍ରୀନଗର: ତ୍ରାହି ତ୍ରାହି ଡାକିଲେଣି କଶ୍ମୀରୀ ପଣ୍ଡିତ। ଗୁରୁବାର ଆତଙ୍କବାଦୀମାନେ ବଡ଼ଗାମ୍‌ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍‌ଦାର୍‌ଙ୍କ ଅଫିସ୍‌ରେ ବଳପୂର୍ବକ ପ୍ରବେଶ କରି ରାହୁଲ୍‌ ଭଟ୍ଟଙ୍କୁ ଗୁଳିମାରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଆତଙ୍କବାଦୀ ଗୋଷ୍ଠୀ 'କାଶ୍ମୀର ଟାଇଗର୍ସ' ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା।

ତାଙ୍କୁ ଏଭଳି ନିର୍ମମ ଭାବେ ଆତଙ୍କବାଦୀମାନେ ହତ୍ୟା କରିବା ପରେ ଏବେ କଶ୍ମୀ‌ର ଘାଟିରେ ଥିବା କଶ୍ମୀରୀ ପଣ୍ଡିତମାନେ ତ୍ରାହି ତ୍ରାହି ଡାକିଲେଣି। ନିଜ ଜୀବନ ବଞ୍ଚାଇବା ପାଇଁ ସୁରକ୍ଷିତ ସେମାନଙ୍କୁ କଶ୍ମୀ‌ର ଘାଟିରୁ ବାହାର କରିବା ପାଇଁ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଚିଠି ଲେଖିଛନ୍ତି କଶ୍ମୀରୀ ପଣ୍ଡିତ।

publive-image indiatoday

ଚିଠିରେ ଲେଖାଯାଇଛି ଯେ, ଆମେ, ପ୍ରଧାନମନ୍ତ୍ରୀ ପ୍ୟାକେଜ୍ କର୍ମଚାରୀ ଏବଂ ଅଣ- ପ୍ରଧାନମନ୍ତ୍ରୀ ପ୍ୟାକେଜ୍ କର୍ମଚାରୀ। ଆମକୁ କଶ୍ମୀର ଘାଟିରୁ ନିରାପଦରେ ସ୍ଥାନାନ୍ତର କରିବାକୁ ଏବଂ ଆମକୁ ବଞ୍ଚାଇବାକୁ ଅନୁରୋଧ କରୁଛୁ। ଆମେ ଏଠାରେ ଆଉ ରହିପାରିବୁ ନାହିଁ। ଆମକୁ ପ୍ରତିଦିନ ଏଠାରେ ହତ୍ୟା କରାଯାଉଛି। ବିଶ୍ବର କେଉଁଠି ବି ଆମକୁ ଜାଗା ଦିଅ କିନ୍ତୁ କଶ୍ମୀରରେ ଆଉ ନୁହେଁ।

ଏହି ହତ୍ୟାକୁ ବିରୋଧ କରି ୩୫୦ ଜଣ ସରକାରୀ କର୍ମଚାରୀ ଶୁକ୍ରବାର ଦିନ ଇସ୍ତଫା ଦେଇଥିଲେ। ସମସ୍ତେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଇସ୍ତଫା ପତ୍ର ପଠାଇଥିଲେ। ଏହି ସମସ୍ତ କଶ୍ମୀରୀ ପଣ୍ଡିତ ପ୍ରଧାନମନ୍ତ୍ରୀ ପ୍ୟାକେଜର କର୍ମଚାରୀ ଥିଲେ। ରାହୁଲ ଭଟଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ କଶ୍ମୀରରେ ସେମାନେ ନିଜକୁ ଅସୁରକ୍ଷିତ ମନେ କରି ଇସ୍ତଫା ଦେଇଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe