କଶ୍ମୀରୀ ପଣ୍ଡିତ ହତ୍ୟା ଘଟଣା ପୂର୍ବନିର୍ଦ୍ଧାରିତ; ‘ଏସ୍‌ଆଇଟି’ ମାମଲାର ତଦନ୍ତ କରିବ: ଉପରାଜ୍ୟପାଳ ମନୋଜ ସିହ୍ନା

Advertisment
କଶ୍ମୀରୀ ପଣ୍ଡିତ ହତ୍ୟା ଘଟଣା ପୂର୍ବନିର୍ଦ୍ଧାରିତ; ‘ଏସ୍‌ଆଇଟି’ ମାମଲାର ତଦନ୍ତ କରିବ: ଉପରାଜ୍ୟପାଳ ମନୋଜ ସିହ୍ନା

Image Courtesy of India Today

ଶ୍ରୀନଗର: କଶ୍ମୀରୀ ପଣ୍ଡିତ ରାହୁଲ୍‌ ଭଟ୍ଟଙ୍କୁ ହତ୍ୟା କରାଯିବା ଘଟଣା ପୂର୍ବରୁ ସ୍ଥିର କରାଯାଇଥିଲା ବୋଲି ଆଜି ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ (ଏସ୍‌ଆଇଟି) ଏହି ଘଟଣାର ସବୁ ଦିଗରୁ ତଦନ୍ତ କରିବ।

ଉପରାଜ୍ୟପାଳ ମନୋଜ ସିହ୍ନା ଏହି ‘ଏସ୍‌ଆଇଟି’ ଟିମ୍‌ ଗଠନ କରିଛନ୍ତି।

ହତ୍ୟା ଘଟଣା ପରେ କଶ୍ମୀରୀ ପ୍ରବାସୀମାନଙ୍କୁ ଘଉଡ଼ାଇବା ପାଇଁ ମୁତୟନ କରାଯାଇଥିବା ଫୋର୍ସ ଉପରେ ମଧ୍ୟ ‘ଏସ୍‌ଆଇଟି’ ତଦନ୍ତ କରିବ। ପ୍ରତିବାଦକାରୀ କଶ୍ମୀରୀ ପଣ୍ଡିତଙ୍କ ଉପରକୁ ଲୁହବୁହା ବାଷ୍ପ ପ୍ରୟୋଗର ମଧ୍ୟ ତଦନ୍ତ ହେବ ଓ ଏଥିରେ ସମ୍ପୃକ୍ତ ଥିବା ସରକାରୀ ଅଧିକାରୀମାନଙ୍କ ବିରୋଧରେ କ‌ଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପରାଜ୍ୟପାଳ କହିଛନ୍ତି।

publive-image Image Courtesy of ANI

‘ପିଏମ୍‌ ପ୍ୟାକେଜ୍‌’ରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ ଯେ, ପୁଲିସ ସେମାନଙ୍କ ବିପକ୍ଷରେ ଫୋର୍ସ ପ୍ରୟୋଗ କରିଛି।

ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୨ଜଣ ବିଦେଶୀ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର୍‌ରେ ପୁଲିସ ଗୁଳି ମାରି ହତ୍ୟା କରିଛି। କେଉଁଠାରେ ଫୋର୍ସ ମୁତୟନ ନ କରିବା ପାଇଁ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ଉପରାଜ୍ୟପାଳ ଜମ୍ମୁ ଓ କଶ୍ମୀରର ରାଜନୈତିକ ଦଳ ଏବଂ ସ୍ଥାନୀୟ ଜନତାଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe